ପୋଲିସକୁ ଶୌଚ ପାଇଁ ଯିବାକୁ କହି ଶାଢ଼ୀ ପିନ୍ଧି ଚମ୍ପଟ ମାରିଲେ କଏଦୀ l ଚୌଦ୍ୱାର ଜେଲରୁ ଆସି ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଚମ୍ପଟ ମାରିଛି କଏଦୀ । କଏଦୀଙ୍କ ନାମ ହେଉଛି ସାଜନ ଦାସ। ଘର ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳରେ।
ଖବର ଅନୁଯାୟୀ, ଏକ ଡକାୟତି ମାମଲାରେ କିଛି ଦିନ ତଳେ ସାଜନ ଦାସକୁ ଗିରଫ କରିଥିଲା ପୋଲିସ l କିଛି ଦିନ ହେବ ସେ ଚୌଦ୍ବାର ଜେଲରେ ଥିଲା। ଦେହ ଅସୁସ୍ଥ ଥିବା କାରଣରୁ ଗତ ୨୯ ତାରିଖରେ ଚିକିତ୍ସା ପାଇଁ ଏସସିବିର ନ୍ୟୁ ମେଡିସିନ ୱାର୍ଡର ଦ୍ୱିତୀୟ ମହଲାରେ ଥିବା ବେଡ ନମ୍ବର ୧୭୨ରେ ଭର୍ତ୍ତି ହେଉଥିଲା ସାଜନ। ତେବେ ଗତକାଲି ସକାଳେ ଶୌଚ ହେବାକୁ ଯାଇ ସାଜନ ସେଠାରେ ମହିଳାଙ୍କ ଶାଢୀ ପିନ୍ଧି ଚମ୍ପଟ ମାରିଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଏନେଇ ପୋଲିସ କିମ୍ବା ଚୌଦ୍ବାର ଜେଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।