ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ, ନାକା ପଏଣ୍ଟରୁ ୧୦ ଜଣ ଗିରଫ ହୋଇଥିବା ସୂଚନା ଜଳେଶ୍ୱର, ଜୁନ ୨୦(ଖବର ଓଡିଶା): Share story: ଜଳେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା । ଜଳେଶ୍ୱର ପୋଲିସ କବଜାରେ ପଡିଛନ୍ତି ଆନ୍ତରାଜ୍ୟ ଡକାୟତ । ରାଜଘାଟ ନାକା ପଏଣ୍ଟରୁ ପୋଲିସ ଡକାୟତଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ଜଳେଶ୍ୱର ପୋଲିସ ୧୦ ଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଡକାୟତ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । ଗିରଫ ଡକାୟତମାନଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହାସହିତ ଗୋଟିଏ ସ୍କର୍ପିଓ, ଗୋଟିଏ ଗାଡି ସହିତ ୧୦ଟି ମୋବାଇଲ ଫୋନ ପୋଲିସ ଜବତ କରିଛି । ଖବର ଓଡ଼ିଶା, Reporter, 20/06/2022