ରାୟଗଡ: ହଡପ କରୁଥିଲେ ବୃଦ୍ଧାଙ୍କ ପେନସନ ଟଙ୍କା, ଧରିଲା ପୋଲିସ । ରାୟଗଡ ଜିଲ୍ଲା ସଦରମହକୁମା ସ୍ଵାଲସିଂ ସାହିର ବୃଦ୍ଧା ସୁଭଗମନାଙ୍କ ପେନସନ ଟଙ୍କା ହଡପ କରାଯାଉଥିଲେ । ଏନେଇ ପୋଲିସ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ନୀରଜ କୁମାର ବର୍ଦ୍ଧନ ଓ ଉଜ୍ଵଳ ବର୍ଦ୍ଧନ ଦୁଇ ଭାଇଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି ପୋଲିସ । ବୃଦ୍ଧାଙ୍କ ସ୍ଵାମୀ ସାରଙ୍ଗ ନାୟକ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ତାଙ୍କ ମୃତ୍ୟୁ ପରେ ୨୦୧୫ ଠାରୁ ତାଙ୍କୁ ସରକାର ପେନସନ ଯୋଗାଇ ଦେଉଥିଲେ ମଧ୍ୟ ତାଙ୍କ ଟଙ୍କାକୁ ଆଉ କେହି ଚଞ୍ଚକତା କରି ନେଇ ଯାଉଥିବା ଜାଣିବା ପରେ ତାଙ୍କ ସମ୍ପର୍କୀୟ ସୁକାନ୍ତ ସ୍ଵାଲସିଂ ରାୟଗଡ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାୟଗଡ ଥାନା ଅଧିକାରୀ କମଳା ଚୌଧୁରି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ବୃଦ୍ଧାଙ୍କ ସ୍ୱାମିଙ୍କ ମୃତ୍ୟୁ ପରେ ତାଙ୍କ ଅଜାଣତରେ ଅଭିଯୁକ୍ତଙ୍କ ପିତା ପେନସନ ଆବେଦନ କରିଥିଲେ ଆଉ ପେନସନ ଲାଗୁ ହେବା ପରେ ମୃତ ଶିକ୍ଷକ ସେରଙ୍ଗ ନାୟକଙ୍କ ଦୁଈ ପତ୍ନୀଙ୍କୁ ଅଧା ଅଧା ଭାଗ କରି ନେବା ପାଇଁ କୁହାଯାଇଥିଲା କିନ୍ତୁ ଅଭିଯୁକ୍ତଙ୍କ ପିତାଙ୍କ ମୃତ୍ୟୁ ପରେ ପୁଅ ମାନେ ଆଉ କାହାକୁ ନଜଣାଇ ନିଜ ପିତା ରଖିଥିବା ବୃଦ୍ଧାଙ୍କ ପାସବୁକ ଓ ଏଟିଏମ ର ବ୍ୟବହାର କରି ବ୍ୟାଙ୍କରୁ ଟଙ୍କା ଉଠାଇ ବ୍ୟବହାର କରୁଥିଲେ । ୨୦୧୫ ମସିହାରୁ ଏଯାବତ ପ୍ରାୟ ୧୪ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ବର୍ତ୍ତମାନ ସୁଦ୍ଧା ହୋଇଥିବା ପୋଲିସ ତଦନ୍ତରୁ ଜଣାପଡିଛି ।