ବଲାଙ୍ଗୀର: ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାର ଶୁଣାଣୀ ଶେଷ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ୪ ସପ୍ତାହ ମଧ୍ୟରେ ସମସ୍ତ ସାକ୍ଷ୍ୟ ଗ୍ରହଣ କରି ଶୁଣାଣୀ ଶେଷ କରିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମାମଲା ବିଚାର ପାଇଁ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରାଯାଇଥିଲା । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହରର ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ପୂର୍ବରୁ ବାରମ୍ବାର ଖାରଜ କରିଦେଇଛନ୍ତି । ଏହା ବିରୋଧରେ ପୁଞ୍ଜିଲାଲା ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଜେଲରେ ରହି ଜର୍ଣ୍ଣାଲିଜିମର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଦେବା, ସ୍ୱାସ୍ଥ୍ୟ ଖରାପ ଥିବା ଆଦି କାରଣ ଦର୍ଶାଇ ସେ ହାଇକୋର୍ଟରେ ବାରମ୍ବାର ଜାମିନ ଆବେଦନ କରିଆସୁଥିଲେ, ଯାହାକୁ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହାକୁ ଖରାଜ ମଧ୍ୟ କରୁଥିଲେ ।
୨୦୧୮ ମସିହା ଫେବୃୟାରୀ ୨୩ ତାରିଖରେ କୋରିୟରରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ବଲାଙ୍ଗୀରର ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେମାମଣି ସାହୁଙ୍କ ମୃତୁ୍ୟ ହୋଇଥିଲା । ପତ୍ନୀ ରିମା ସାହୁ ମଧ୍ୟ ଗୁରୁତର ଆହତ ହୋଇଥିଲେ । ବଲାଙ୍ଗୀର ଜିଲ୍ଲା ଜ୍ୟୋତି ବିକାଶ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲାଙ୍କ ସହିତ ମୃତକ ସୌମ୍ୟଶେଖରଙ୍କ ମାଙ୍କ ବିବାଦ କାରଣରୁ ଏ ଅଘଟଣ ଘଟିଥିବା ସନ୍ଦେହ କରାଯାଇଥିଲା ।
ଅଧିକ ପଢନ୍ତୁ: ମୌନୀ ଅମବ୍ୟାସା ପାଇଁ ଜନସମୁଦ୍ର ତ୍ରିବେଣୀ ତଟ; ଭିଡ଼ ଭିତରେ ଦିନ ୧୨ଟା ସୁଦ୍ଧା ୪ କୋଟି ଶ୍ରଦ୍ଧାଳୁ ପକାଇଲେ ବୁଡ, ଆସ୍ଥାର ମହାପର୍ବରେ ସାମିଲ ହୋଇ କଲେ ଅମୃତ ସ୍ନାନ