ହରିଦ୍ବାର, ଜାନୁଆରୀ ୧୬ (ଖବର ଓଡ଼ିଶା): ଉତ୍ତରାଖଣ୍ଡ ଏସ୍ଟିଏଫ୍ର ଏକ ଟିମ୍ ଶନିବାର ରାତିରେ ଜ୍ବାଲାପୁର ଅଂଚଳରେ ଅତର୍କିତ ଚଢ଼ଉ କରିଛନ୍ତି। ଏହି ଚଢ଼ଉ ସମୟରେ ଏସ୍ଟିଏଫ୍ ଟିମ୍ ୪ କୋଟି ୪୭ ଲକ୍ଷ ଟଙ୍କାର ପୁରୁଣା ନୋଟ୍ ଜବତ କରିଛନ୍ତି। ଏଥି ସହିତ ଏହି ଘଟଣାରେ ମୋଟ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଜବତ ହୋଇଥିବା ଟଙ୍କାରେ ସବୁତକ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ରହିଛି।
ଏସ୍ଟିଏଫଣ ଟିମ୍କୁ ପୁରୁଣା ନୋଟ ବଦଳାଇବା ନେଇ ସୂଚନା ମିଳିଥିଲା। ଏହା ପରେ ଟିମ୍ ଯୋଜନା ଅନୁସାରେ ମଧ୍ୟ ହରିଦ୍ବାରର ବିକାଶ କଲୋନୀରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଏଠାରୁ ଏସ୍ଟିଏଫ ଟିମ୍ ୭ ଜଣଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତମାନଙ୍କ ଠାରୁ ବିମୁଦ୍ରୀକରଣ ପୂର୍ବରୁ ପ୍ରଚଳିତ ୪ କୋଟି ୪୭ ଲକ୍ଷ ପୁରୁଣା ନୋଟ ଜବତ ହୋଇଛି। ଏହି ଟଙ୍କା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବୋଲି ଏସ୍ଟିଏଫ୍ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।