ଜାଲୋର, ଅଗଷ୍ଟ ୧୪ (ଖବର ଓଡ଼ିଶା): ରାଜସ୍ଥାନର ଜାଲୋରରେ ଦଳିତ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଛି । ଫଳରେ ଏଠାରେ ଆଗାମୀ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବାସ୍ଥଗିତ ରଖାଯାଇଛି । ସମ୍ଭାବ୍ୟ ହିଂସାକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଛି । ପରିସ୍ଥିତି ଉପରେ ପ୍ରଶାସନ ଓ ପୁଲିସ ନଜର ରଖିଥିବା ଜଣାଯାଇଛି ।
ଜାଲୋର ପୁଲିସ ସାର୍କିଲ ଅଫିସର ହିମ୍ମତ ଚରଣ ଗଣମାଧ୍ୟମକୁ କହିଛନ୍ତି ଯେ, ସୁରାନାର ଏକ ଘରୋଇ ସ୍କୁଲରେ ଶିକ୍ଷକଙ୍କ ନିସ୍ତୁକ ମାଡ଼ରେ ଦଳିତ ଛାତ୍ର ମୃତ୍ୟୁ ନେଇ ଏକ ମାମଲା ରୁଜୁ ହୋଇଛି । ପ୍ରାୟ ୨୦ ଦିନ ପୂର୍ବରୁ ଘଟିଥିବା ଘଟଣା ନେଇ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ସୂଚନାଯୋଗ୍ୟ, ଜାତିଗତ ଭେଦଭାବ ଓ ଛୁଆଅଛୁଆକୁ ନେଇ ଜଣେ ୯ ବର୍ଷର ଦଳିତ ଛାତ୍ରକୁ ସ୍କୁଲ ଶିକ୍ଷକ ନିସ୍ତୁକ ମାଡ଼ ମାରିଛନ୍ତି । ଫଳରେ ଛାତ୍ରର ମୃତ୍ୟୁ ଘଟିଛି । ପାଣିପାତ୍ରରେ ପାଣିଇବାକୁ ନେଇ ଶିକ୍ଷକ ଜଣକ ଛାତ୍ରକୁ ନିସ୍ତୁକ ମାଡ଼ମାରିଥିବା ନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।
ଜାଲୋର ଜିଲ୍ଲଶ ସାୟଲା ଉପଖଣ୍ଡର ସୁରାଣା ଗାଁରେ ୯ ବର୍ଷୀୟ ଛାତ୍ର ସ୍କୁଲର ମାଠିଆରୁ ପାଣି ପିଇଥିଲା । ଏଥିରେ ଶିକ୍ଷକ ଜଣକ ଉତ୍କ୍ଷୀପ୍ତ ହୋଇପଡ଼ିଥିଲେ । ସେ ଏମିତି ନିର୍ଧୁମ ମାଡ଼ ମାରିଥିଲେ ଯେ, ଛାତ୍ରର କାନନାଡି ଫାଟି ଯାଇଥିଲା । ଏହା ପରେ ଛାତ୍ରକୁ ଉଦୟପୁରସ୍ଥିତ ଡାକ୍ତରଖାନା ନିଆଯାଇଥିଲା । ପରେ ଅହମଦାବାଦ ପଠାଯାଇଥିଲା । କିନ୍ତୁ ଅହମଦାବାଦରେ ଶନିବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ଘଟିଥିଲା ।
ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଟୁଇଟ କରିଛନ୍ତି । ସେ କହିଛନ୍ତି ଯେ, ଜାଲୋର ଜିଲ୍ଲା ସାୟଲା ଥାନା ଅଞ୍ଚଳରେ ଥିବା ଘରୋଇ ସ୍କୁଲର ଶିକ୍ଷକଙ୍କ ଦ୍ୱାରା ମାଡମରାଯିବା ଘଟଣା ଅତ୍ୟନ୍ତ ଦୁଃଖଦ ପୂର୍ଣ୍ଣ । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏସ୍ସି/ଏସ୍ଟି ଆଇନର ଧାରାରେ ମାମଲା ରୁଜୁ କରି ଗିରଫତାରୀ କରାଯାଇଛି । ମାମଲାର ତଦନ୍ତ ଖୁବ ଶୀଘ୍ର କରାଯିବ ଏବଂ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିବ । ପୀଡିତ ପରିବାରକୁ ଖୁବ ଶୀଘ୍ର ନ୍ୟାୟ ମିଳିବ ।