ଖବର ଓଡିଶା : 04/02/2023
ଜଷ୍ଟିସ ଜେପି ଦାସଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ।କଟକ CDA ସ୍ଥିତ ବାସଭବନରେ ଜଷ୍ଟିସ ଜେପି ଦାସଙ୍କୁ ଭେଟିଛନ୍ତି ଅରୁଣ ବୋଥ୍ରା । ତଦନ୍ତର ଅଗ୍ରଗତି ସମ୍ପର୍କରେ ଜଷ୍ଟିସ ଜେପି ଦାସଙ୍କୁ ଅବଗତ କରାଇବାକୁ ପହଞ୍ଚିଥିବା ସୂଚନା ମିଳିଛି । ଜଷ୍ଟିସ୍ ଦାସ ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ତଦନ୍ତର ତଦାରଖ ଦାୟିତ୍ୱରେ ଅଛନ୍ତି। ଆଲୋଚନା ଶେଷ ହେଲା ପରେ ଗଣମାଧ୍ୟମକୁ ଜଷ୍ଟିସ ଜେପି ଦାସଙ୍କ ପ୍ରତିକ୍ରିୟା ଆସିଛି। ଜଷ୍ଟିସ ଦାସ କହିଛନ୍ତି, କ୍ରାଇମବ୍ରାଞ୍ଚ୍ ଯାହା ତଦନ୍ତ କରିଛି, ସେ ନେଇ ଏଡିଜି ବୋଥ୍ରା ମୋ ସହ ଆଲୋଚନା କରିଛନ୍ତି। ଆଉ ଯେଉଁ ଦିଗକୁ ତଦନ୍ତ କରିବାର ଆବଶ୍ୟକ ତା ଅଛି ତାହା ମୁଁ ତାଙ୍କୁ କହିଛି। ଖୁବ୍ ଶୀଘ୍ର ଘଟଣାସ୍ଥଳକୁ ନିଜେ ଯିବେ। ଆଶା ରଖୁଛି କ୍ରାଇମବ୍ରାଞ୍ଚ୍ ଘଟଣାର ମୂଳ ଯାଏ ଯିବ।