ମୁଜାଫରପୁର: ବିହାରର ମୁଜାଫରପୁରରେ ଦୁଇଟି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଏହାର ପଛରେ ମଦ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟରେ ବିହାରରେ ମଦକୁ ନିଷିଦ୍ଧ କରାଯାଇଛି। ମୁଜାଫରପୁର ଜିଲ୍ଲାର ମୁଶହରୀ ଅଞ୍ଚଳରେ ୨ଟି ଭିନ୍ନଭିନ୍ନ ହତ୍ୟାକାଣ୍ଡ ହୋଇଛି। ପିତା-ପୁତ ଓ ମା-ପୁ୍ଅଙ୍କ ମଧ୍ୟରେ ଥିବା ପବିତ୍ର ସଂପର୍କକୁ କଳଙ୍କିତ କରିଛି। ପ୍ରଥମ ଘଟଣା ମୁଶହରୀ ଥାନା ଅନ୍ତର୍ଗତ ଗଂଗାପୁର ମାଂଝୀ ଟୋଲାରେ ଘଟିଛି। ଯେଉଁଠି କଳିଯୁଗର ନିଶାକ୍ତ ପୁଅ ନିଜ ବାପାଙ୍କୁ ହତ୍ୟା କରିଛି। ଅନ୍ୟ ଘଟଣା ମନିକା ହରିକେଶର ଭୁସ୍ସା ଛକରେ ଘଟିଛି। ନିଶାସକ୍ତ ପୁଅ ଇଟାରେ ଛେଚି ନିଜର ମାଙ୍କୁ ହତ୍ୟା କରିଛି।
ମୁଶହରୀ ଥାନା ଅଧିକାରୀ ରଂଜୀତ କୁମାର ଗୁପ୍ତା କହିଛନ୍ତି, ମଣିକା ହରିକେଶ ପଂଚାୟତର ମଣିକା ହରିକେଶରେ ଭୁସ୍ସା ଛକ ନିବାସୀ ବିରଜୁ ଭଗତ (୫୦)ଙ୍କ ହତ୍ୟା ତାଙ୍କର ପୁଅ ଓ ବୋହୂ କରିଛନ୍ତି। ଏହି ହତ୍ୟାକାଣ୍ଡରେ ଅନ୍ୟମାନେ ମଧ୍ୟ ସାମିଲ ଅଛନ୍ତି। ହତ୍ୟା ପରେ ପୁଅ ଇନ୍ଦ୍ରେଶ କୁମାର ଫେଣାର ଅଛି। ଇନ୍ଦ୍ରେଶଙ୍କ ପତ୍ନୀଙ୍କୁ ନେଇ ପୁଲିସ ପଚରାଉଚରା କରୁଛି। ସ୍ଥାନୀୟ ଲୋକେ ପୁଲିସକୁ କହିଛନ୍ତି, ଘଟଣା ସଂପର୍କରେ ବିରଜୁଙ୍କ ସମେତ ତାଙ୍କର ପୁଅ-ବୋହୂ ଓ ଅନ୍ୟ କିଛି ବାହାରର ଲୋକ ଥିଲେ। ସମସ୍ତେ ଖିଆପିଆ କରିଥିଲେ। ଏହା ପରେ ବିରଜୁ ଶୋଇବାକୁ ଅପେକ୍ଷା କରିଥିଲେ। ସେ ଯେତେବେଳେ ଗଭୀର ନିଦ୍ରାରେ ଥିଲେ ତାଙ୍କୁ ତଣ୍ଟି ହତ୍ୟା କରାଯାଇଥିଲା। ଇନ୍ଦ୍ରେଶ ମଦ ପିଇ ବାପାଙ୍କୁ ସବୁବେଳେ ମାଡ଼ ମାରୁଥିଲା। ବର୍ଷେ ପୂର୍ବରୁ ତାର ବିବାହ ହୋଇଥିଲା। ପୋଷ୍ଟମର୍ଟମ ପରେ ବିରଜୁଙ୍କ ମୃତଦେହରେ ସଂପର୍କୀ ଭଗତଙ୍କ ପୁତ୍ର ରେହନ ମୁଖାଗ୍ନି ଦେଇଥିଲେ।
ଅନ୍ୟ ଏକ ଘଟଣା ଗାଂଗପୁର ଗାଁରେ ଘଟିଛି। ଶାନ୍ତି ଦେବୀ (୬୦)ଙ୍କୁ ହତ୍ୟା କରାଯାଇଛି। ପୁଲିସ ଏହି ଘଟଣାରେ ତାଙ୍କର ପୁଅ ମନୋଜ ମାଝୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଥାନା ଅଧିକାରୀ ରଂଜୀତ କୁମାର ଗୁପ୍ତା କହିଛନ୍ତି, ପ୍ରହ୍ଲାଦପୁର ପଂଚାୟତର ଗଂଗାପୁର ନିବାସୀ ମାଂଝୀ ଟୋଲାର ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ ଯେ, ଶାନ୍ତି ଦେବୀଙ୍କୁ ମନୋଜ ନିଶାସକ୍ତ ଅବସ୍ଥାରେ ଇଟାରେ ଛେଚିଥିଲା। ଏଥିରେ ଶାନ୍ତି ଦେବୀଙ୍କର ମୃତ୍ୟୁ ହୋଇଥିଲା।