ଖବର ଓଡିଶା : 25/05/2023
ଜହ୍ଲାଦ ସ୍ୱାମୀର ବର୍ବର କାଣ୍ଡ l ସ୍ତ୍ରୀକୁ ହାଣି ଦୁଇ ଗଡ଼ କରିଦେଲା ସ୍ୱାମୀ । ହତ୍ୟା କରିବାପରେ ସ୍ତ୍ରୀର କଟାମୁଣ୍ଡ ଆଣି ଘର ସାମ୍ନାରେ ରଖିଲା । ଏହିଭଳି ଲୋମହର୍ଷଣକାରୀ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ ସାରା ଗାଁରେ । ଖବର ପାଇବା ପରେ କାଶୀନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଆଜି ସକାଳେ ସ୍ୱାମୀସ୍ତ୍ରୀ ଦୁହେଁ ମିଶି ଚାଷଜମିକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କୌଣସି କାରଣର ବଚସା ହୋଇଥିଲା । ଏହି ବଚସା ଉଗ୍ରରୂପ ନେଇଥିଲେ। ଶେଷରେ ଉତ୍ୟକ୍ତ ହୋଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ପିଶାଚ ସ୍ୱାମୀ । ମୃତ ଦେହ ଚାଷ ଜମିରେ ପଡି ରହିଥିବା ବେଳେ ମୁଣ୍ଡ ନେଇ ଘରେ ପହଞ୍ଚିଥିଲା ଅଭିଯୁକ୍ତ । ଖବର ପାଇ କାଶୀନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୁକ୍ତ ଚନ୍ଦ୍ରଶେଖର ଏବଂ ମୃତକ ଉର୍ମିଳାଙ୍କ ବିବାହକୁ ୪ ବର୍ଷ ହୋଇଯାଇଥିଲେ ସୁଦ୍ଧା ସବୁବେଳେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଯାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି।