ଚଳନ୍ତା କାରର ଛାତ ଉପରେ ପୁଶ-ଅପ ମାରିଲେ ଯୁବକ। ଖାଲି ଏତିକି ନୁହେଁ ନିଶାସକ୍ତ ଅବସ୍ଥାରେ ଆଉ କିଛି ଯୁବକ ଡ୍ୟାନ୍ସ କରୁଥିବାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓଟି ଗୁରୁଗ୍ରାମ ଅଞ୍ଚଳର ବୋଲି ଜଣl ପଡିଛି l ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଦୁଇଜଣଙ୍କୁ ଗିରଫ କରିଛି ଏବଂ କାର ମାଲିକଙ୍କ ନାଁରେ ୬,୫୦୦ ଟଙ୍କା ଚାଲାଣ କାଟିଛି l
ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଏହି ଘଟଣାର ୨ଟି ଭିଡିଓ ଭାଇରାଲ ହେଉଛି। ଗୋଟିଏ ଭିଡିଓରେ, ଜଣେ ଯୁବକ ମଦ ପିଇ କାରର ଛାତ ଉପରେ ବସିଛନ୍ତି। ତାଙ୍କର ଆଉ ୩ ଜଣ ସାଙ୍ଗ କାରର ଝରକା ପଟେ ମୁଣ୍ଡ ବାହାର କରି ମସ୍ତି କରୁଥିବା ଦେଖିବାକୁ ମିଳିଛି । ଏବଂ ଅନ୍ୟ ଭିଡିଓଟିରେ କାରର ଛାତ ଉପରେ ବସିଥିବା ଉକ୍ତ ଯୁବକ ଚଳନ୍ତା ଗାଡ଼ିରେ ପୁଶ୍-ଅପ୍ ମାରିବା ସହ ଡ୍ୟାନ୍ସ କରୁଛନ୍ତି। ଏହି କାର ପଛରେ ଯାଉଥିବା ଅନ୍ୟ ଏକ କାରରେ ବସିଥିବା ଜଣେ ବ୍ୟକ୍ତି ଏହି ଭିଡିଓଟି ତାଙ୍କ କ୍ୟାମେରାରେ କଏଦ କରିଥିଲେ l ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି l ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ପୋଲିସ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ନିୟମ ଖିଲାପକାରୀଙ୍କ ବିରୋଧରେ ୬,୫୦୦ ଟଙ୍କା ଚାଲାଣ କାଟିଛି। ଏହାସହ ଉକ୍ତ କାରକୁ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଚିହ୍ନଟ କରି ତାଙ୍କ ନାଁରେ ଡିଏଲ୍ଏଫ୍ ଫେଜ୍-୩ ପୋଲିସ ଷ୍ଟେସନରେ ମାମଲା ରୁଜୁ ସହ ଘଟଣାର ତଦନ୍ତ କରୁଛି। ଏହାସହ ନିଜ ଜୀବନ ଓ ଅନ୍ୟମାନଙ୍କୁ ଜୀବନକୁ ବିପଦରେ ନପକାଇବା ପାଇଁ ସିଟି ଟ୍ରାଫିକ ପୋଲିସ ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି।