ଖବର ଓଡିଶା : 15/03/2023
ବହୁ ଚର୍ଚ୍ଚିତ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ପୂର୍ବରୁ ଭୁବନେଶ୍ୱର ଏଡିଜେ-୨ କୋର୍ଟ ଜାମିନ ଖାରଜ କରି ଦେଇଥିଲେ । ମାତ୍ର ଏବେ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ତେବେ ଏବେ ସେ ଜେଲ୍ରୁ ବାହାରିବା ନେଇ କୌଣସି ସୂଚନା ନାହିଁ। କାରଣ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାଁରେ ୩ଟି ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ଗୋଟିଏ ମାମଲାରେ ମିଳିଛି ଜାମିନ । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପାସପୋର୍ଟ ଜମା କରିବା, କାହାକୁ ଧମକ ଚମକ ନଦେବା, ତଦନ୍ତରେ ସହଯୋଗ କରିବା ପାଇଁ ସର୍ତ୍ତ ରଖିଛନ୍ତି କୋର୍ଟ। ଖଣ୍ଡଗିରି ଥାନାରେ ହୋଇଥିବା ଏତଲା ଉପରେ ମିଳିଛି ଜାମିନ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ମାସ ୭ ତାରିଖରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ୧୭ ତାରିଖରେ ତାଙ୍କର ଜାମିନକୁ ଏସଡିଜେଏମ୍ କୋର୍ଟ ନାମଞ୍ଜୁର କରିଦେଇଥିଲେ । ସେହିପରି ୨୧ ତାରିଖରେ ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ବାସଭବନରୁ ପୋଲିସ ଜଗବନ୍ଧୁଙ୍କୁ ଗିରଫ କରିଥିଲା । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଗଠନ ପଛରେ ଜଗବନ୍ଧୁ ମାଷ୍ଟରମାଇଣ୍ଡ ରହିଥିଲେ ।