ଆଜିଠାରୁ ଅର୍ଚ୍ଚନା ଙ୍କୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରିବ ଇଡି
Khabar Odisha:Lady-Blackmailer-Archana-Nag
Bhubaneswar:06/12/2022

ବ୍ଲାକମେଲିଂ କୁଇନ୍ ଅର୍ଚ୍ଚନା ନାଗ ଗିରଫ ମାମଲା । ଇଡିରେ ହାଜର ହେଲେ ଅର୍ଚ୍ଚନା ଙ୍କ ଆର୍କେଟେକ  ରଞ୍ଜିତ ବେହେରା । ରଞ୍ଜିତ ଅର୍ଚ୍ଚନାଙ୍କ ସତ୍ୟନଗର ସ୍ଥିତ ଘର ବିଡିଏ ଆପ୍ରୁଭାଲ ଠାରୁ ଆରମ୍ଭ କରି ହୋମ ଡିଜାଇନ୍ କରିଥିଲେ ।

ରଞ୍ଜିତଙ୍କ ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆର୍ଥିକ କାରବାର ହୋଇଥିବା ସୂଚନା ମିଳିଛି। ତେବେ ସେହି ଟଙ୍କା କାରବାର ଦେଣନେଣ ନେଇ ହୋଇପାରେ ଜେରା ।

ଏସବୁ ପ୍ରସଙ୍ଗରେ ରଞ୍ଜିତଙ୍କୁ ଜେରା କରିପାରନ୍ତି ଇଡି ର ତଦନ୍ତକାରୀ ଅଧିକାରୀ । ଗତକାଲି ଅର୍ଚ୍ଚନା ଙ୍କୁ ଇଡି କୋର୍ଟ ରେ ହାଜର କରିବା ସହ  ରିମାଣ୍ଡ ଆବେଦନ କରିଥିଲା| ତେଣୁ ଆଜିଠାରୁ ଅର୍ଚ୍ଚନା ଙ୍କୁ  ୭ଦିନିଆ ରିମାଣ୍ଡରେ ନେଇ ଜେରା କରିବ ଇଡି । ଏହି ରିମାଣ୍ଡ ସମୟରେ ଶ୍ରଦ୍ଧାଞ୍ଜଳି-ଅକ୍ଷୟ ପରିଜା-ପ୍ରମୋଦ ସ୍ଵାଇଁଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି ।

Subscribe

National International State Sports Entertainment