ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା; ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ
Khabar Odisha:Kharvel-Nagar-police-in-Bhubaneswar-registers-case-under-Section-306-abetment-for-suicide
ଖବର ଓଡିଶା : 20/03/2023

 ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ଅର୍ଥ କାରବାର ଓ ବ୍ଲାକମେଲିଂ ନେଇ ମିଳିଲା ସୁରାକ୍। ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ ମାଗିଲା ଖାରବେଳନଗର ଥାନା ପୋଲିସ । ଆଇପିସିରି ଧାରା ୩୦୬, ୩୪୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବ ବୋଲି ସୂଚନା ରହିଛି । ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପ୍ରେମିକଙ୍କ ହାତ ଥିବା କୁହାଯାଇଛି। ଦୁହେଁ ମିଶି ତାଙ୍କୁ ବ୍ଲାକମେଲ୍ କରୁଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ବୋଲି ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଗଣମାଧ୍ୟମ ଆଗରେ ତାଙ୍କ ସାଙ୍ଗ ରାହୁଲ ବିସ୍ଫୋରକ ବୟାନ ଦେଇଛନ୍ତି । ଅକ୍ଷୟଙ୍କ ବାନ୍ଧବୀ ଅନ୍ୟ ପୁଅ ସହିତ ସମ୍ପର୍କରେ ଥିଲେ। ଅକ୍ଷୟଙ୍କୁ ସାଇଡ୍ କରି ତାଙ୍କ ସହିତ ରିଲେସନ୍‌ଶିପ୍‌ରେ ରହିବାକୁ ଚାହୁଁଥିଲେ। କିନ୍ତୁ ଅକ୍ଷୟ ଏହାକୁ ଗ୍ରହଣ କରିପାରୁ ନଥିଲେ। ଏଥିପାଇଁ ଅକ୍ଷୟ ମାନସିକ ଚାପରେ ଥିଲେ ଓ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ଅକ୍ଷୟଙ୍କ ମୃତ୍ୟୁର ପୂର୍ବ ଦିନ ତାଙ୍କ ବାନ୍ଧବୀ ତାଙ୍କୁ ଦୁଇ ଚାପୁଡ଼ା ମାରିଥିଲେ ବୋଲି ରାହୁଲ କହିଛନ୍ତି। ଗତ ଶନିବାର ଖାରବେଳେ ନଗର ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଶେଷଥର ପାଇଁ ସେ ସନ୍ଧ୍ୟା ସାଢ଼େ ୬ଟାରେ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବା ପରେ ଡିଜେ ଆଜେକ୍ସ ଓରଫ୍ ଅକ୍ଷୟ କୁମାରଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। 

Subscribe

National International State Sports Entertainment