ବିବାହ କରିବା ଜିଦରେ ପ୍ରେମିକ ଘର ସମ୍ମୁଖରେ ପ୍ରେମିକାର ଧାରଣା
Khabar Odisha:Girl-strike-in-front-of-her-boyfriends-house-in-Cuttack
କଟକ, ସେପ୍ଟେମ୍ବର ୧୯ (ଖବର ଓଡ଼ିଶା):

ବିବାହ କରିବା ପାଇଁ ଜିଦ୍‌ରେ ପ୍ରେମିକ ଘର ଆଗରେ ଧାରଣାରେ ବସିଥିଲେ ପ୍ରେମିକା । ହେଲେ ପ୍ରେମିକର ଘର ଲୋକେ ଉକ୍ତ ଯୁବତୀଙ୍କୁ ନିର୍ଧୁମ ମାଡ ମାରି ନାଳରେ ଫୋପାଡି ଦେଲେ । ଏହା ପରେ ଗାଁ ଲୋକେ ଆସି ଯୁବତୀକୁ ନାଳରୁ ଉଦ୍ଧାର କରିଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅର୍ନ୍ତଗତ ଭଦ୍ରେଶ୍ୱର ଫାଣ୍ଡି ଇଟାମୁଣ୍ଡଳି ଗାଁ ରୁ । ସୂଚନା ଅନୁସାରେ ଘଟଣାଟି ଘଟିଥିଲା ଗତକାଲି ବିଳମ୍ବିତ ରାତିରେ । ତେବେ ଯୁବତୀ ଜଣଙ୍କ ନ୍ୟାୟ ପାଇ ଘଟଣା ସ୍ଥଳରେ ବସିଥିବା ବେଳେ ଏ ଯାଏଁ ପୋଲିସ୍‌ର ଦେଖା ନାହିଁ । ସେପଟେ ମାଡ ମାରି ଫୋପାଡି ଦେଇଥିବା ପରିବାର ଲୋକେ ଫେରାର । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରି ଉକ୍ତ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

  • Tags:

Subscribe

National International State Sports Entertainment