ବେଆଇନ ଚୋରା ଚାଲାଣରେ ନିୟୋଜିତ ୪ ଟ୍ରାକ୍ଟର ଜବତ
Khabar Odisha:Four-tractors-involved-in-illegal-smuggling-were-seized
ସୁବର୍ଣ୍ଣପୁର, ଅଗଷ୍ଟ ୦୮ (ଖବର ଓଡ଼ିଶା):

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ତହସିଲ ପକ୍ଷରୁ ବେଆଇନ ବାଲି ଚାଲାଣ ଉପରେ ଚଢାଉ । ଏହି ଚଢାଉ ସମୟରେ ଚାରୋଟି ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି । ତେଲନଦୀ ବାଲିଘାଟରୁ ବେଆଇନ ଭାବେ ଟ୍ରାକ୍ଟରଗୁଡିକ ବାଲି ଆଣୁଥିବା ବେଳେ ଏହି ଚଢାଉ କରାଯାଇଥିଲା । ତେଲନଦୀ ବିଭିନ୍ନ ଘାଟ ନିଲାମ ହୋଇ ନ ଥିବାରୁ ବାଲି ମାଫିଆ ନିଲାମ ହୋଇଥିବା ଘାଟରୁ ବାଲି ନ ଆଣି ବେଆଇନ ଭାବେ ଅନ୍ୟ ଘାଟରୁ ବାଲି ଚୋରୀ କରୁଛନ୍ତି । ଆଜି ଅନେକ ଟ୍ରାକ୍ଟର ବାଲି ବୋଝେଇ କରି ବେଆଇନ ଭାବେ ବାଲି ଆଣୁ ଥିବାବେଳେ ରାଜସ୍ୱ ବିଭାଗର କର୍ମଚାରୀମାନେ ବାଲି ରୟାଲଟି ରସିଦ ମାଗିଥିଲେ । ଟ୍ରାକ୍ଟର ଡ୍ରାଇଭର ଗୁଡିକ ରୟାଲଟି ରସିଦ ଦେଖାଇ ନ ପାରିବାରୁ ବେଆଇନ ଭାବେ ବାଲି ଚୋରୀ କରି ଆଣୁଥିବା ସ୍ପଷ୍ଟ ହୋଇଥିଲା । ସଦର ତହସିଲଦାରଙ୍କ ନିର୍ଦ୍ଦେଶରେ ରାଜସ୍ୱ କର୍ମଚାରୀମାନେ ବାଲି ବୋଝେଇ ଟ୍ରାକ୍ଟରଗୁଡିକୁ ଜବତ କରି ତହସିଲ କାର୍ଯ୍ୟାଳୟ ପରିସରରେ ରଖିଛନ୍ତି । ଚାରୋଟି ଟ୍ରାକ୍ଟରର ମାଲିକଙ୍କ ପାଖରୁ ୮୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସଦର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର, ରାଜସ୍ୱ ନିରୀକ୍ଷକ ଓ ତହସିଲ କାର୍ଯ୍ୟାଳୟର ଦୁଇ ଜଣ କର୍ମଚାରୀ ଏହି ଚଢାଉ କରିଥିଲେ ।

  • Tags:

Subscribe

National International State Sports Entertainment