ଯୁବକଙ୍କୁ ଗଛରେ ବାନ୍ଧି ଜୀଅନ୍ତା ଜାଳିଦେଲେ ଲୋକେ, ପଡୋଶୀ ଝିଅ ସହ ଥିଲା ପ୍ରେମ ସଂପର୍କ
Khabar Odisha:Crime-Pratapgarh-youth-tied-and-burnt-alive-villagers-police-vehicle-Uttar-Pradesh

ପ୍ରତାପଗଡ଼, ଜୁନ ୦୨ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ସୋମବାର ଉତ୍ତ୍ୟକ୍ତ ଲୋକେ ଜଣେ ଯୁବକଙ୍କୁ ଗଛ଼ରେ ହାତ ଗୋଡ଼ ବନ୍ଧି ଜୀଅନ୍ତା ଜାଳି ଦେଇଛନ୍ତି । ଏଥି ସହ ଲୋକେ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ଦୀର୍ଘ ସମୟ ଯାଏଁ ଉତ୍ପାତ କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉତ୍ତେଜିତ ଲୋକେ ୩ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ ୪ ଜଣ ପୋଲିସ ଆହତ ହୋଇଛନ୍ତି । ଏହି ତାଣ୍ଡବ ପୂରା ୩ ଘଣ୍ଟା ଯାଏଁ ଚାଲିଥିଲା । ପୋଲିସ ଲୋକଙ୍କୁ ନିୟନ୍ତ୍ରଣ କରିବାରେ ଅସଫଳ ରହିଥିଲା । ପରେ ଆଇଜି ଓ ଏଡିଜି ପହଞ୍ଚିଥିଲେ । 

ଫତନପୁରର ଭୂଜୌନୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଘରୁ ବାହାରିଥିବା ଅମ୍ବିକା ପଟେଲଙ୍କ ବିଳମ୍ବିତ ସନ୍ଧ୍ୟାରେ ଏକ ବଗିଚା ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଏହା ପରେ ଗାଁ ଲୋକେ ଅଗ୍ନିକାଣ୍ଡ କରିଛନ୍ତି । ସୂଚନା ପାଇଁ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା । କିନ୍ତୁ ଉତ୍ତେଜିତ ଲୋକେ ସେମାନଙ୍କୁ ପଥରମାଡ଼ କରିଥିଲେ । ସେମାନେ ଗାଡ଼ି ଛାଡ଼ି ସେଠାରୁ ପଳାୟନ କରିବା ପରେ ଲୋକେ ନିଆଁ ଲଗାଇ ଦେଇଥିଲେ । 

କାରଣ ଥିଲା ଯେ, ଅମ୍ବିକା ପଟେଲଙ୍କ ପଡୋଶୀ ଝିଅ ସହିତ ପ୍ରେମ ସଂପର୍କ ଥିଲା । କିନ୍ତୁ ଝିଅର କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶ ପୋଲିସରେ କନଷ୍ଟେବଳ ପଦରେ ଭର୍ତ୍ତି ହୋଇଯାଇଥିଲା । ଅନ୍ୟ ସହରରେ ତାଙ୍କର ପୋଷ୍ଟିଙ୍ଗ ହୋଇଥିଲା ।  ଏହା ପରେ ଝିଅ ଅମ୍ବିକାଠାରୁ ଦୂରରେ ରହିଲେ ଏବଂ ଅନ୍ୟତ୍ର ବିବାହ କରିବା ପାଇଁ ଚାହୁଁଥିଲେ, ଯାହାକୁ କି ଯୁବକ ହଜମ କରିପାରି ନଥିଲେ । ସେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା । 

 

  • Tags:

Subscribe

National International State Sports Entertainment