ତଦନ୍ତରେ ଅବହେଳା ପାଇଁ ନିଲମ୍ବିତ ହେଲେ ବାସୁଦେବପୁର ଥାନା SI
Khabar Odisha:Crime-Odisha-Police-SI-Suspended-for-helping-Accused
ଭୁବନେଶ୍ୱର, ଫେବୃଆରୀ ୨୦(ଖବର ଓଡ଼ିଶା):

ତଦନ୍ତରେ ଅବହେଳା ନେଇ ନିଲମ୍ବିତ ହେଲେ ସବ୍ ଇନ୍ସପେକ୍ଟର । ବାସୁଦେବପୁର ଏସଆଇ ମହାପ୍ରସାଦ ନାୟକଙ୍କୁ ନିଲମ୍ବନ କଲେ ଏସପି । 

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଏସଆଇ ମହାପ୍ରସାଦ ନାୟକଙ୍କୁ ଆଜି ତଦନ୍ତରେ ଅବହେଳା ତଥା ମୁଖ୍ୟ ଅଭିଯୁକ୍ତକୁ ଖସିବାରେ ସହାୟତା ଅଭିଯୋଗରେ ଏସପି ନିଲମ୍ବନ କରିଛନ୍ତି । ଗତ ଶନିବାର ବାସୁଦେବପୁରରୁ ଜଣେ ଠିକାଦାର ଅପହୃତ ହୋଇଥିଲେ । ତାଙ୍କୁ ଉଦ୍ଧାର କରିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ଖସିଯିବାରେ ସହାୟତା କରିବା ନେଇ ଏସଆଇ ମହାପ୍ରସାଦଙ୍କ ନାଁରେ ଅଭିଯୋଗ ଥିଲା । ଏହି ଘଟଣାରେ ଗତକାଲି କନେଷ୍ଟେବଳ ସମେତ ୪ଜଣ ଗିରଫ ହୋଇଛନ୍ତି ।

  • Tags:

Subscribe

National International State Sports Entertainment