ଜହାଂଗୀରପୁର ହିଂସା ମାମଲା: ଫେରାର ଅଭିଯୁକ୍ତ ଗିରଫ, ୨୫ ହଜାର ଥିଲା ପୁରସ୍କାର
Khabar Odisha:Crime-Absconding-accused-Sheikh-Sikandar-arrested-in-Jahangirpur-violence

ନୂଆଦିଲ୍ଲୀ, ଅଗଷ୍ଟ ୧୪ (ଖବର ଓଡ଼ିଶା): ଦିଲ୍ଲୀ ପୁଲିସ ଜହାଂଗୀରପୁରୀ ହିଂସା ମାମଲାରେ ସାମିଲ ଅଭିଯୁକ୍ତ ଶେଖ ସିକନ୍ଦରକୁ ଗିରଫ କରିଛି । ଶେଖ ହିଂସା ପରେ ଫେରାର ଥିଲା ଏବଂ ଦିଲ୍ଲୀ ପୁଲିସ ତା’ନାଁରେ ୨୫ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ଗିରଫ ଅଭିଯୁକ୍ତ ଶେଖ ସିକନ୍ଦର ନାଁରେ ପୂର୍ବରୁ ହିଁ ହତ୍ୟା ସମେତ ଅନ୍ୟ ଅପରାଧିକ ମାମଲା ରହିଛି । ହିଂସା ପରେ ଶେଖ କ୍ରମାଗତ ପୁଲିସକୁ ଜାଲରୁ ଖସିଯିବାରେ ସକ୍ଷମ ହେଉଥିଲା । 

ନର୍ଥ-ୱେଷ୍ଟର ସ୍ପେଶାଲ ଷ୍ଟାଫଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ଶେଖ ସିକନ୍ଦର ଜହାଂଗୀରପୁରୀରେ ଜଣେ ବ୍ୟକ୍ତିଙ୍କୁ ଭେଟିବାକୁ ଆସିବାର ଅଛି । ଏହି ସୂଚନା ବଳରେ ପୁଲିସ ଶେଖକୁ ଗିରଫ କରିବା ପାଇଁ ପ୍ଲାନ ପ୍ରସ୍ତୁତ କରିଥିଲା । ଜହାଂଗୀରପୁରୀ ହିଂସା ପରେ ଦିଲ୍ଲୀ ପୁଲିସ ମାର୍ଚ୍ଚ ୧୬ରେ ଆଇପିସିର ଏକାଧିକ ଦଫାରେ ମାମଲା ରୁଜୁ କରିଥିଲା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା । ସୂଚନାଯୋଗ୍ୟ, ଜହାଂଗୀରପୁର ହିଂସା ମାମଲାରେ ୩୧ ମୁସିଲିମ ଓ ୬ ଜଣ ହିନ୍ଦୁ ସମେତ ମୋଟ ୩୭ ଜଣଙ୍କ ନାଁରେ ଚାର୍ଜଶୀଟ ଦାଖଲ ହୋଇଛି । 

 

  • Tags:

Subscribe

National International State Sports Entertainment