ଏକତରଫା ପ୍ରେମର ଫଳ: ଯୁବତୀଙ୍କୁ ବାରମ୍ବାର ଛୁରୀଭୁସି ଗୁରୁତର କଲା ଯୁବକ
Khabar Odisha:Crime-A-girl-was-greviously-injured-after-attacked-with-a-knife-by-a-youth-in-Nalagonda-of-Telengana

ନଳଗୋଣ୍ଡା, ଅଗଷ୍ଟ ୧୦ (ଖବର ଓଡ଼ିଶା): ଏକତରଫା ପ୍ରେମର ଫଳ ତେଲେଙ୍ଗାନାର ନଳଗୋଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କୁ ଯୁବକ ଜଣକ ବାରମ୍ବାର ଛୁରୀଭୁସି ଅଧମରା କରିଛି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, ଯୁବକ ଜଣକ ଆକ୍ରମଣ କରିବାର କାରଣ ହେଲା ଯେ ସେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । 

ଯୁବକଙ୍କର ପ୍ରେମ ନିବେଦନକୁ ସ୍ୱୀକାର ନ କରିବାରୁ ଯୁବତୀ ଜଣକ ବାରମ୍ବାର ଛୁରୀରେ ଆକ୍ରମଣର ଶିକାର ହୋଇଥିଲେ । ଯୁବକ ଜଣକ ଯୁବତୀଙ୍କ ଓଠକୁ ମଧ୍ୟ ଆକ୍ରମଣ କରି ଖରାପ କରିଦେଇଛି । ସେହିପରି ହାତ, ଗୋଡ ଓ ପେଟରେ ମଧ୍ୟ ଆକ୍ରମଣ କରିଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯୁବକ ଜଣକ ଯୁବତୀଙ୍କୁ ପ୍ରେମ ନାଁରେ ହଇରାଣ କରୁଥିଲା । କିନ୍ତୁ ଯୁବତୀ ଜଣକ ଯୁବକର ପ୍ରେମକୁ ସ୍ୱୀକାର କରୁ ନଥିଲେ । ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଥିଲା । ପୋଲିସ କହିବା ଅନୁସାରେ ସ୍ଥାନୀୟ ଫରେଷ୍ଟ ପାର୍କରେ ଯୁବକ ପୀଡିତାଙ୍କୁ ଆକ୍ରମଣ କରିଥିଲା । ଯୁବତୀ ଜଣକ ଗୁରୁତର ଅଛନ୍ତି । ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି । 

 

  • Tags:

Subscribe

National International State Sports Entertainment