ଯାଜପୁରରୁ ଆସିଲା ଚାଞ୍ଚଲ୍ୟକର ଖବର । ଯାଜପୁର ଜିଲ୍ଲା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରୁ ଏକ ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି । ତେବେ ଶିଶୁଟି କିଏ ଜଣାପଡିନାହିଁ ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜଣେ ସ୍ଥାନୀୟ ଗ୍ରାମବାସୀଙ୍କ ବାଡିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା । ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଲୋକେ ଦେଖିଥିଲେ । ଏନେଇ ଆଜି ଯାଜପୁର ରୋଡ୍ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କଟାମୁଣ୍ଡ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ଗ୍ରାମବାସୀମାନେ ସନ୍ଦେହ କରିଛନ୍ତି । ବଳି ଦେବା ପରେ ଶିଶୁର କଟା ମୁଣ୍ଡ ପକାଇ ଦେଇଥିବା ଆଶଙ୍କା କରାଯାଉଛି । ତେବେ ଏନେଇ ପୋଲିସ ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ :- ସ୍କୁଲ ଛାତ୍ରଛାତ୍ରୀଙ୍କୁ ପିଟିଲେ ମଦ୍ୟପ ଯୁବକ