ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା, ୨ ଆହତ ଭୁୁବନେଶ୍ୱର, ଜୁନ ୧୯(ଖବର ଓଡିଶା): Share story: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ୱର ନୂଆ ବସଷ୍ଟାଣ୍ଡରେ ହଣାକଟା ହୋଇଛି । ଧାରୁଆ ଅସ୍ତ୍ରର ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ୨ ବସ୍ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ବସ ଆଗପଛ ଯିବାକୁ ନେଇ ବଚସା ହୋଇଥିଲା । ପରେ ବସ୍ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ହଣାକଟା ହୋଇଥିଲେ । ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ ହୋଇଥିଲେ । ସେପଟେ ଘଟଣାସ୍ଥଳରେ ଭରତପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ବସଷ୍ଟାଣ୍ଡରେ ବସ୍ ଆଗ ପଛ ଯିବାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ପରେ ଏହି ବିବାଗ ଉଗ୍ର ରୂପ ନେଇଥିଲା । ପରେ ବସ୍ କର୍ମଚାରୀଙ୍କ ମଧ୍ୟରେ ଧାରୁଆ ଅସ୍ତ୍ରରେ ହଣାକଟା ମଧ୍ୟ ହୋଇଥିଲେ । ଫଳରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଓଡ଼ିଶା, Reporter, 18/06/2022