କଲେଜ ଛାତ୍ରୀ ହତ୍ୟାକାଣ୍ଡ ମାମଲା, ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ
Khabar Odisha:BJP-team-visits-victims-family-over-murder-case
ମୟୂରଭଞ୍ଜ, ଅଗଷ୍ଟ ୦୬ (ଖବର ଓଡ଼ିଶା):

ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିହା ଗ୍ରାମର କଲୋନୀ ସାହିରେ ଗତ ଜୁଲାଇ ଦୁଇ ତାରିଖ ଅପରାହ୍ନ ସମୟରେ ଘରେ ପରିବାର ଲୋକ ନଥିବା ସମୟରେ ଦୁର୍ବୁତ୍ତ ମାନେ କଲେଜ ପଢୁଆ ଜଣେ ଛାତ୍ରୀଙ୍କୁ ବଳାତ୍କାର କରି ଏପରି ବିଭତ୍ସ ହତ୍ୟାକାଣ୍ଡ କରିଥିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୁନୀଲ ସିଂଙ୍କ ଏକ ମାତ୍ର କଲେଜ ପଢୁଆ ଝିଅକୁ ଦୁର୍ବୁତ୍ତ ମାନେ ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ହତ୍ୟା କାଣ୍ଡକୁ ମାସେ ବିତିଯାଇଥିଲେ ବି ପୁଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ସନ୍ଧେହରେ ବିଭିନ୍ନ ଲୋକଙ୍କୁ ପୋଲିସର ପଚରା ଉଚରା କରୁଥିଲେ ମଧ୍ୟ୍ୟ ହତ୍ୟାକାଣ୍ଡ ସମ୍ପର୍କରେ କୌଣସି ଠୋସ ସୁରାକ ପାଇନାହିଁ । ଏହି ହତ୍ୟାକାଣ୍ଡକୂ ନେଇ ବିଜେପି ଦଳ ପକ୍ଷରୁ ଯଶିପୁର ବିଧାୟକ ଗଣେଶରାମସିଂ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକେ ପ୍ରତିନିଧି ଦଳ ଧାତିକିଡିହା କଲୋନୀ ସାହିରେ ପହଂଚି ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏହା ସହ ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଏବଂ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ପୋଲିସର ଉଚ୍ଚ କର୍ତ୍ତୃ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶୃତି ଦେବା ସହିତ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି । ଆବଶ୍ୟକ ହେଲେ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ ଆନ୍ଦାଳନ କରାଯିବ ବୋଲି ଚେତାବନୀ ଦିୟାଯାଇଥିବା ବେଳେ, ଏହି ହତ୍ୟାକାଣ୍ଡ ରେ ପରିବାର ଲୋକ ସନ୍ଧେହ କରୁଥିବା ଲୋକଙ୍କୁ ବର୍ତମାନ ପର୍ଯ୍ୟନ୍ତ ପୋଲିସ ତରଫରୁ ସେମାନଂକୁ ଗିରଫ କରାଯାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି । ମୃତକଙ୍କ ଭାଇ କହିବାନୁସାରେ ତାଙ୍କ ଘରକୁ ସବୁଦିନ ଆସୁଥିବା ଯୋତିରାମ ପଦୁରିଆ ଘଟଣା ଦିନରୁ ଫେରାର ଥିବା ନେଇ ସନ୍ଧେହକୁ ଆହୁରି ଘନୀଭୂତ କରୁଛି ଏବଂ ମୃତକଙ୍କ ପ୍ରେମିକକୁ ବି ଦାୟୀ କରିଛନ୍ତି ପରିବାର ଲୋକେ । ଘଟଣାକୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଭଲ ଭାବେ ତଦନ୍ତ କରୁନଥିବାରୁ ପୋଲିସ ଉପରେ ଆଉ ଭରସା ନଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ତେବେ ହୋ ସମାଜ ଛାତ୍ର ସଂଗଠନ ତରଫରୁ ଗୌରାଙ୍ଗ ନନ୍ଦିଆ ମଧ୍ୟ୍ୟ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନଚେତ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି ଏହି ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପଧକ୍ଷା ମହେଶ୍ୱର ସାହୁ, କରଞ୍ଜିଆର ପୂର୍ବତନ ବିଧାୟକ ପଦ୍ମଚରଣ ହାଇବୃ, ବରିଷ୍ଠ ନେତା ବିପିନ ମହାନ୍ତ, ମଣ୍ଡଳ ସାଭପତି ରଂଜିତ ବେହେରା ପ୍ରମୁଖ ସାମିଲ ଥିଲେ ।

  • Tags:

Subscribe

National International State Sports Entertainment