ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ । ଗୋପ ଥାନା ଅନ୍ତର୍ଗତ ସୋରଭା ପଞ୍ଚାୟତର ଦୁର୍ଗାପୁର ଗାଁରେ ଜଣେ ଲୋକ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛି। ଅଭିଯୁକ୍ତର ନାମ ଦେବରାଜ ସାହୁ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଦେବରାଜ ସାହୁ ଙ୍କ ସ୍ତ୍ରୀ କଳ୍ପନା ସାହୁଙ୍କର ଜଣେ ଯୁବକଙ୍କ ସହ ପରକୀୟ ସଂପର୍କକୁ ନେଇ ଅତିଷ୍ଠ ହୋଇଥିଲେ । ଶୁକ୍ରବାର ରାତିରେ ଉକ୍ତ ଯୁବକ ସହ କଳ୍ପନାଙ୍କୁ ଅସଂଯତ ଅବସ୍ଥାରେ ଦେଖି ଉତକ୍ଷିପ୍ତ ହୋଇଥିଲେ ଦେବରାଜ । ତାପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଦେବରାଜ ହେମଦସ୍ତାରେ ସ୍ତ୍ରୀ କଳ୍ପନାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ହିଁ କଳ୍ପନାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା । ସକାଳେ ଗ୍ରାମବାସୀ ଏକଥା ଜାଣି ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଭିଯୁକ୍ତ ଦେବରାଜ ସାହୁଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଲାଇଛି ।
ଅଧିକ ପଢନ୍ତୁ : ପୁରୀରେ ଭୋଟ୍ ଦେଲେ ଗଜପତି ମହାରାଜ