କୋଲକାତା: କୋଲକାତା ଆଇନ ମହାବିଦ୍ୟାଳୟର ଗଣଦୁଷ୍କର୍ମ ମାମଲାର ଗୋଟିଏ ପରେ ଗୋଟିଏ ଛାତିଥରା କାହାଣୀ ସାମ୍ନାକୁ ଆସିବାରେ ଲାଗିଛି । କଲେଜର ପୂର୍ବତନ ଛାତ୍ର ତଥା ଆଇନଜୀବୀ, ବର୍ତ୍ତମାନର ଛାତ୍ର ଏବଂ ଷ୍ଟାଫ୍ ଏଥିରେ ସମ୍ପୃକ୍ତି ଥିବାବେଳେ ସମସ୍ତଙ୍କୁ ଗରିଫ କରାଯାଇଛି । ପୀଡ଼ିତାଙ୍କ ସହିତ ସେହି କାଳରାତିରେ କଣ ସବୁ ହୋଇଛି ତାହା ସେ ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି । ବିବାହ ପ୍ରସ୍ତାବକୁ ମନା କରିବାକୁ ତାଙ୍କ ସହିତ ଏପରି ଅମାନୁଷିକ କାଣ୍ଡ କରାଯାଇଛି । ଏପରିକି ହକି ଷ୍ଟିକରେ ତାଙ୍କ ଉପରକୁ
ରିପୋର୍ଟ ଅନୁଯାୟୀ, ପୀଡିତା ଦକ୍ଷିଣ ୨୪ ପରଗନା ଜିଲ୍ଲାର ବାସିନ୍ଦା ହୋଇଥିବାବେଳେ ପ୍ରତିଦିନ କଲେଜକୁ ଆସୁଥିଲେ । ସେ କ୍ୟାମ୍ପସ୍ ରାଜନୀତିରେ ମଧ୍ୟ ବେଶ ସକ୍ରିୟ ଥିଲେ । ପୀଡ଼ିତା ଶାସକ ତୃଣମୂଳ କଂଗ୍ରେସର ସମର୍ଥକ ଥିଲେ । ସେ ବୁଧବାର ଦିନ ପରୀକ୍ଷା ଫର୍ମ ପୂରଣ କରିବାକୁ କଲେଜ ଯାଇଥିଲେ । ଫର୍ମ ପୂରଣ କରିବା ପରେ ଅଧିକାଂଶ ଛାତ୍ର ଚାଲିଯାଇଥିଲେ, କିନ୍ତୁ ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର ତାଙ୍କୁ ଏବଂ ଅନ୍ୟ ସାତ ଜଣ ଛାତ୍ରଙ୍କୁ ୟୁନିଅନ ରୁମରେ ରହିବାକୁ କହିଥିଲେ । ସେଠାରେ ସେମାନଙ୍କୁ ବିସ୍କୁଟ ଏବଂ କଲେଜ ୟୁନିଅନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ପ୍ରଦାନ କରାଯାଇଥିଲା । ସେ ୟୁନିଅନ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲେ ଏବଂ କାମ କରିବାକୁ ଚାହୁଁଥିଲେ ବୋଲି ପୀଡ଼ିତା ପୋଲିସକୁ କହିଛନ୍ତି । ମନୋଜୀତ ମିଶ୍ର ତାଙ୍କୁ ୟୁନିଅନ ରୁମରୁ ବାହାର କରି ବିବାହ ପ୍ରସ୍ତାବ ଦେଇଥିଲେ । ଛାତ୍ରୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯାହା ପରେ ତାଙ୍କୁ ବଳପୂର୍ବକ ସୁରକ୍ଷା କର୍ମୀଙ୍କ କୋଠରୀକୁ ନିଆଯାଇଥିଲା।
ପୀଡିତା ଜଣକ ମନୋଜୀତର ଗୋଡ଼ି ଧରି ନେହୁରା ହୋଇଥିଲେ ତାଙ୍କୁ ଛାଡ଼ିବାକୁ କିନ୍ତୁ ତାଙ୍କୁ ବଳପୂର୍ବକ ଗାର୍ଡ ରୁମକୁ ନେଇଗଲେ ଏବଂ ତାଙ୍କ ସହିତ ଦୁଷ୍କର୍ମ କଲେ । ସେ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ଏହି ଘଟଣାର ଭିଡିଓ ତିଆରି କରିଥିଲେ ଏବଂ ପୋଲିସ ପାଖକୁ ଗଲେ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ।
ଖାଲି ସେତିକି ନୁହେଁ ଛାତ୍ରୀ ଜଣକ ଯେତେବେଳେ ସେ ଖସିଯିବାକୁ ଚେଷ୍ଟା କଲେ, ତାଙ୍କୁ ଏକ ହକି ଷ୍ଟିକ୍ ଦ୍ୱାରା ଆକ୍ରମଣ କରାଯାଇଥିଲା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସେ ଡାକ୍ତରଖାନାକୁ ନେଇଯିବା ପାଇଁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ପିଶାଚମାନେ ତାଙ୍କ ଗୁହାରୀ ଶୁଣି ନ ଥିଲେ । ଛାତ୍ରୀଙ୍କ ବ୍ୟାଗରେ ଏକ ଇନହେଲର କୁ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ । ଯେତେବେଳେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଭୟଭୀତ ହୋଇ ସେମାନେ ତାକୁ ଛାଡ଼ି ଦେଇଥିଲେ । ରାତି ପ୍ରାୟ ୧୦:୫୦ ରେ ତାଙ୍କୁ ଛାଡି ଦିଆଯାଇଥିଲା, ପରେ ସେ ତାଙ୍କ ବାପାଙ୍କୁ ଫୋନ୍ କରି ଡାକିଥିଲେ ଏବଂ ସେ ତାଙ୍କୁ ଘରକୁ ନେଇଯାଇଥିଲେ ।