ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ଥାନା ପରିସରରେ ରଣକ୍ଷେତ୍ର ପାଲଟିଛି । କିଛି ଅସାମାଜିକ ଯୁବକା ଆଉ କିଛି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଥାନା ପରିସର ଭିତରେ ପିଟିଛନ୍ତି । ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମାର ପିଟ ଲାଗିବା ସହ କାର ଭଙ୍ଗାରୁଜା କରିଛନ୍ତି ।
ପ୍ରକାଶ ଯେ, ଗତକାଲି ବାରିପଦାରୁ କିଛି ଯୁବକ ଶିମିଳିପାଳର ଲୁଲୁଙ୍ଗକୁ ବୁଲିବାକୁ ଯାଇ ଫେରୁଥିବା ବେଳେ ରଙ୍ଗାମାଟିଆ ନିକଟରେ ସେମାନଙ୍କ ସହ ଧନପୁର ଅଞ୍ଚଳର କିଛି ଯୁବକଙ୍କ ସହ ପାଟିତୁଣ୍ଡ ହୋଇଥିଲା। କାର ଚାଳକ ସେଠାରୁ ଖସି ଆସିଥିବା ବେଳେ ସେହି ଯୁବକମାନେ ସେମାନଙ୍କୁ ଚାରୋଟି ବାଇକରେ ପିଛା କରି ଗୋଡ଼ାଇବା ସହିତ ଆକ୍ରମଣ ଜାରି ରଖିଥିଲେ । ରାସ୍ତା ମଝିରେ ଚଳଚ୍ଚିତ୍ର ଦୃଶ୍ୟ ସୁଟିଂ ଭଳି ପ୍ରତୀୟମାନ ହେଉଥିଲା ।
ଆକ୍ରମଣକାରୀ ଯୁବକ ମାନେ କାରକୁ ଜଗନ୍ନାଥ ମନ୍ଦିର ପାଖରେ ଅଟକାଇ ଥିଲେ ଓ ଚାଳକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସିଲିଣ୍ଡର ଟାଙ୍କି ଫୋପାଡି କାର ଟିକୁ ଭାଙ୍ଗି ଦେଇଥିଲେ । ଏହା ପରେ କାରରେ ଥିବା ଯୁବକମାନେ ଜୀବନ ବିକଳରେ କାର ସହ ଟାଉନ ଥାନା ଭିତରକୁ ପଶି ଯାଇଥିଲେ। ଉକ୍ତ ଯୁବକମାନେ ସେଠି ମଧ୍ୟ ସେମାନଙ୍କୁ ଛାଡ଼ି ନ ଥିଲେ । ସିଧାସଳଖ ଥାନା ପରିସର ଭିତରକୁ ଧସେଇ ପଶିଥିଲେ । ଆଉ ପୋଲିସ ଉପସ୍ଥିତିରେ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ମାଡ଼ ମାରିଥିଲେ । ଏହା ପରେ ଉକ୍ତ ଯୁବକଙ୍କୁ କାବୁ କରି ହାଜତରେ ପୁରାଇ ଥିଲା । କିଛି ଯୁବକଙ୍କୁ ପୋଲିସ ଅଟକ ରଖି ଜେରା କରୁଛି । ତେବେ କାହିଁକି ଏହି ମାରପିଟ୍ ହେଲା ତାହା ଜଣାପଡ଼ିନଥିଲା । 0