ବେଙ୍ଗାଲୁରୁ: କର୍ଣ୍ଣାଟକର ବିଜୟପୁରା ଜିଲ୍ଲାରେ ଦୀର୍ଘଦିନ ଧରି ଚାଲିଥିବା ଜମି ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟ ପରିବାରର ଛଅ ଜଣଙ୍କ ମୃତ୍ୟୁ ଘଟିଛି। ଅଭିଯୁକ୍ତମାନେ ଗୋଟିଏ ପରିବାରର ୬ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। କର୍ଣ୍ଣାଟକ ପୋଲିସ ଶୁକ୍ରବାର ଏହା କହିଛି। ମୃତକମାନଙ୍କୁ ପ୍ରଥମେ ଗୁଳି କରି ହତ୍ୟା କରାଯାଇଥିଲା ଏବଂ ପରେ ସେମାନଙ୍କ ଶରୀରକୁ କୁରାଢ଼ିରେ ହଣାଯାଇଥିଲା।
ପୋଲିସ କହିଛି, ଚଡ଼ଚନ୍ ଥାନା ଅଧୀନସ୍ଥ ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି। ସମସ୍ତ ୬ ଜଣ ପୀଡିତ ଗୋବିନ୍ଦପୁର ଗ୍ରାମର ବାସିନ୍ଦା ଥିଲେ। ମୃତକମାନେ ହେଲେ ଚଣ୍ଡୁ ନିରାଲେ, ଡୁଣ୍ଡପ୍ପା ନିରାଲେ, ଶିବପୁତ୍ର ନିରାଲେ, ରାହୁଲ ନିରାଲେ, ସମର୍ଥ ନିରାଲେ ଏବଂ ଶବ୍ବୀର ନଦାଫ।
ପ୍ରାଥମିକ ତଦନ୍ତ ଅନୁଯାୟୀ, ନିରାଲେ ଏବଂ ଗୋଲଗି ପରିବାର ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଜମି ବିବାଦ ସହିତ ହତ୍ୟାକାଣ୍ଡ ଜଡିତ। ପୋଲିସ ସନ୍ଦେହ କରୁଛି ଯେ ଗୋଲଗି ପରିବାରର ସଦସ୍ୟମାନେ ଏହି ଆକ୍ରମଣ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ଗିରଫ ହୋଇନାହିଁ ଏବଂ ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ: ଅନେକ ରାଜ୍ୟରେ ତାଣ୍ଡବ ରଚିଲା କାଳବୈଶାଖୀ