କଥାରେ ଅଛି ଯେମିତି କରିବ ସେମିତି ପାଇବ । ଏହି ଉକ୍ତିଟି ଯେମିତି ଯଥାର୍ଥ ହୋଇଛି ବେଆଇନ ଲିଙ୍ଗ ନିରୂପଣ କରି ଗିରଫ ହୋଇଥିବା ଡାକ୍ତର ପୁଣ୍ୟ ଶ୍ଳୋକ ଦାସଙ୍କ କ୍ଷେତ୍ରରେ ।
ସୂଚନା ମୁତାବକ ବିଗତ ଶୁକ୍ରବାର ଦିନ କଟକ ବଜ୍ରକବାଟି ସ୍ତିତ ଫ୍ରେଣ୍ଡ୍ସ କଲୋନୀ ଅଞ୍ଚଳର ଏକ ଘରୋଇ କ୍ଲିନିକରେ ବେଆଇନ ଲିଙ୍ଗ ନିରୂପଣ ହେଉଥିବା ଖବର ପାଇ ଏକ ୬ ଜଣିଆ ଟିମ ଗଠନ କରି ଅତର୍କିତ ଚଢ଼ାଉ କରିଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଚଢ଼ାଉରେ ଗୋଟିଏ ଅଲ୍ଟ୍ରାସାଉଣ୍ଡ ମେସିନ, ଟଙ୍କା ଭର୍ତ୍ତି ବ୍ୟାଗ,ଜେଲି,ଗର୍ଭପାତ ବଟିକା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିଲା । ତେବେ ଘଟଣାରେ ସ୍ୱାସ୍ଥ୍ୟ ବିଭାଗ ଡାକ୍ତର ପୁଣ୍ୟ ଶ୍ଳୋକ ଦାସଙ୍କ ସମେତ ତାଙ୍କ ସହଧର୍ମିଣୀ ଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ତବେ ଡାକ୍ତର ଙ୍କ ବିରୁଦ୍ଧରେ ପୋଲିସ ଲଗାଇଥିବା ଦଫାକୁ କୋର୍ଟରେ କୋହଳ କରାଇ ବେଲ୍ ପ୍ରଦାନ କରାଇବାର ଆଳ ଦେଖାଇ ଜଣେ ଆଇନଜୀବୀ ତାଙ୍କ ମା ଯଶୋଦା ଦାସଙ୍କ ଠାରୁ ୧୭ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଏନେଇ ମଙ୍ଗଳାବାଗ ଥାନାରେ ଯଶୋଦା ଦେବୀ ଏକ ଏତଲା ମଧ୍ୟ ଦାୟର କରାଇଛନ୍ତି । ପୋଲିସ ସମ୍ପୁକ୍ତ ଆଇନଜୀବବି ଙ୍କୁ ଖୋଜୁଛି ଓ ତଦନ୍ତ ଜାରି ରଖିଛି । ଆଗରୁ ମଧ୍ୟ ଆଇନଜୀବୀଙ୍କ ନାମରେ ଦୁଇଟି ମାମଲା ରହିଥିବା ଜଣାପଡିଛି ।
ଅଧିକ ପଢନ୍ତୁ : ପରୀକ୍ଷାରୁ ଚାପମୁକ୍ତ ରଖିବା ପାଇଁ ‘ଟେଲିମାନସ’