ସମ୍ବଲପୁର: ହୀରାକୁଦର ଗାନ୍ଧୀନଗରପଡ଼ାର କାଲୁ ବାହାଦୂର ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାତ୍ର ୨୪ ଘଣ୍ଟା ଭିତରେ ପୋଲିସ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । 
ଗତକାଲି ସନ୍ଧ୍ୟା ସମୟରେ କାଲୁ ବାଇକରେ ସତ୍ୟରଞ୍ଜମ ଧଳଙ୍କ ସହିତ ଷ୍ଟୋରଛକରୁ ଦୁର୍ଗାମନ୍ଦିର ଆଡ଼କୁ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ପ୍ରଥମେ ଏକ ଇଟା ଫିଙ୍ଗିବାରୁ ଉଭୟ ବାଇକରୁ ପଡ଼ିଯାଇଥିଲେ । ଏହା ପରେ କାଲୁକୁ ଏକ ଧାରଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ କାଲୁର ମୃତ୍ୟୁ ହୋଇଥିଲା । ଏହି ସମୟରେ ସତ୍ୟରଞ୍ଜନ ଅଟକାଇବାକୁ ଚେଷ୍ଟା କରିବାରୁ ତାକୁ ମଧ୍ୟ ଆକ୍ରମଣ କରାଯାଇଥିଲା । ତେବେ କାଲୁ ଜଣେ ଅପରାଧି ଶ୍ରେଣୀର ବ୍ୟକ୍ତି ଥିଲା । ତା ନାଁରେ ୧୮ଟି ଅପରାଧିକ ମାମଲା ରହିଛି ।