ନକଲି ଔଷଧ କାରବାର ଘଟଣା, ପୁଣି ୩ ଦିନିଆ ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ କଟକ, ସେପ୍ଟେମ୍ବର ୨୬(ଖବର ଓଡିଶା): Share story: ନକଲି ଔଷଧ କାରବାର ଘଟଣା। ତେବେ ଏହି ଘଟଣାରେ ପୁଣି ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ। ଟ୍ରାଞ୍ଜିଟ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ୨ ଅଭିଯୁକ୍ତଙ୍କୁ କଟକ SDJM କୋର୍ଟରେ ହାଜର କରିଥିଲା ପୋଲିସ । ତେବେ ଏହି ଘଟଣାରେ ଅଧିକ ଖୋଳତାଡ ପାଇଁ ଆଉ ପାଞ୍ଚ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ପୁରୀଘାଟ ଥାନା ପୋଲିସ । ତେବେ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ସେପଟେ ବିହାର ଗୟାରୁ ଗିରଫ ହୋଇଥିଲେ । ଦୁଇ ଅଭିଯୁକ୍ତ ହେଉଛନ୍ତି ଆଲୋକ ମିଶ୍ରା ଓ ହରିଶ କୁମାର। ଉଭୟଙ୍କୁ ରିମାଣ୍ଡରେ ପୋଲିସ ନେଇଛି । ଖବର ଓଡ଼ିଶା, Reporter, 26/09/2022