ଜଗତସିଂହପୁର/ମାଲକାନଗିରି: ରାଜ୍ୟର ଦୁଇ ଦୁଇଟି ସ୍ଥାନରେ ପୃଥକ ପୃଥକ ଦୁଷ୍କର୍ମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଜଗତସିଂହପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କରାଯାଇଛି । ଦ୍ୱିତୀୟ ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସର ତଦନ୍ତ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ଏସପି ଭବାନୀ ଶଙ୍କର ଉଦଗାତା ।
ଜଗତସିଂହପୁରରେ ଗତକାଲି ରାତିରେ ଜଣେ ୧୮ ବର୍ଷର ଛାତ୍ରୀଙ୍କୁ ଦୁଇ ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଜଗତସିଂହପୁର ସଦର ଥାନା ଅଞ୍ଚଳର ଜଣେ ଯୁବତୀ ଜଣେ ବାନ୍ଧବୀଙ୍କ ସହିତ ରାତି ପ୍ରାୟ ୮ଟା ବେଳେ ଜଣେ ସଂପର୍କୀୟଙ୍କ ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ଜନ୍ମଦିନ କାର୍ଯ୍ୟକ୍ରମରେ ଶୀଘ୍ର ପହଞ୍ଚିବା ପାଇଁ ବିଲ ରାସ୍ତାରେ ଯାଉଥିବା ବେଳେ ଦୁଇ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ । ସେହି ସମୟରେ ଜଣେ ଯୁବତୀ ସେଠାରୁ ଖସି ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଯୁବକମାନେ ଅଟକାଇଦେଇଥିଲ । ଏହା ପରେ ଯୁବତୀଙ୍କ ସହିତ ଦୁଷ୍କର୍ମ କରିଥିଲେ । ପୀଡ଼ିତା ଜଣକ ଗୁରୁତର ଅବସ୍ଥାରେ ଘରେ ପହଞ୍ଚି ପରିବାର ଲୋକଙ୍କୁ ସବୁକଥା କହିଥିଲେ । ଘରଠାରୁ ମାତ୍ର ୪ଶହ ମିଟର ଦୂରରେ ଏହି କାଣ୍ଡ ଘଟିଥିଲା। ଘର ଲୋକେ ଆମ୍ବୁଲାନ୍ସରେ ଝିଅକୁ ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଏ ନେଇ ତାଙ୍କ ବାପା ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ବୟାନ ଆଧାରରେ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ଚଢ଼ଉ କରିଛି ।
ପୋଲିସ ଘଟଣାସ୍ଥଳରୁ ଏକ ମୋବାଇଲ୍ ମଧ୍ୟ ଜବତ କରିଛି । ମୋବାଇଲ୍ ଫୋନଟି ଜଣେ ଅଭିଯୁକ୍ତଙ୍କର ବୋଲି ପୁଲିସ ସନ୍ଦେହ କରାଯାଛି । ଅନ୍ୟପଟେ ପୀଡ଼ିତାଙ୍କ ସହିତ ଯାଇଥିବା ତାଙ୍କର ବାନ୍ଧବୀ ଓ ବାନ୍ଧବୀଙ୍କ ମା’ଙ୍କୁ ପୋଲିସ ପଚରାଉଚରା କରିଛି ।
ସେହିପରି ମାଲକାନଗିରି ଥାନା ଅନ୍ତର୍ଗତ ବିଜାଘାଟି ଠାରେ ଜଣେ ନାବଳିକାକୁ ଜଣେ ଟ୍ରକ ଡ୍ରାଇଭର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ପଚରାଉଚରା କରିବା ପରେ ପୋଲିସ ଡ୍ରାଇଭରକୁ ଗିରଫ କରିଛି । ଡ୍ରାଇଭର ଜଣକ ମଧ୍ୟ ପ୍ରଦେଶର ହୋଇଥିବା ଜଣାପଡ଼ିଛି । ନାବାଳିକାକୁ ବିଜାଘାଟି ନିକଟରେ ଦୁଷ୍କର୍ମ କରିବା ସମୟରେ କିଛି ଲୋକ ଝିଅଟିକୁ ଉଦ୍ଧାର କରି ଡ୍ରାଇଭରକୁ କାବୁ କରି ପୋଲିସ ଜିମା ଦେଇଥିଲେ ।