ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ବିରୋଧରେ କମିଶନରେଟ୍ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ ବେଳେ ପୋଲିସ ଓ ଅପରାଧୀ ମଧ୍ୟରେ ସାମ୍ନାସାମ୍ନି ଗୁଳି ବିନିମୟ ହୋଇଛି। ପୋଲିସ ଉପରକୁ ଗୁଳିମାଡ଼ କରି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସର ପାଲଟା ଗୁଳିମାଡ଼ରେ କୁଖ୍ୟାତ ଅପରାଧୀ ପପୁନ ମାଝୀ ଆହତ ହୋଇଛି। ଘଟଣାସ୍ଥଳରୁ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ସହ ମାରଣାସ୍ତ୍ର ଜବତ କରାଯାଇଛି।
Read More >