ମହାରାଷ୍ଟ୍ର: ଫେବୃୟାରୀ ଶେଷ ଦିନରେ ଶେୟାର ମାକେର୍ଟରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ପାଞ୍ଚ ମାସ ହେଲା ଷ୍ଟକ୍ ମାକେର୍ଟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ଗତ ୫ ମାସ ଭିତରେ ୮୫ ଲକ୍ଷ କୋଟିର କ୍ଷତି ହୋଇସାରିଲାଣି । ଏହି କାରଣରୁ ନିବେଶକ ମାନେ କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି । ବିଶେଷ କରି ସ୍ୱଳ୍ପ ନିବେଶକାରୀ ଏଥିରେ ଅନେକ କ୍ଷତି ସହିଛନ୍ତି । ଏହାରି ଭିତରେ ମହାରାଷ୍ଟ୍ରର ନାଶିକର ୨୮ ବର୍ଷ ବୟସ୍କ ଯୁବକ ସେୟାର ବଜାରରେ ୧୬ ଲକ୍ଷ ଟଙ୍କା ହରାଇବା ପରେ ଆତ୍ମହତ୍ୟା କରିଛନ୍ତି।
ପୋଲିସ ସୂଚନାନୁସାରେ ମୃତକଙ୍କ ନାମ ରାଜେନ୍ଦ୍ର କୋଲହେ। ସେ ନାଶିକ ଜିଲ୍ଲାର ଚାନ୍ଦବାଡ ତାଲୁକା ଅନ୍ତର୍ଗତ ଭିଟାଇ ଗାଁର ବାସିନ୍ଦା ଥିଲେ ଏବଂ ନାଶିକର ଏକ ଘରୋଇ ବ୍ୟାଙ୍କରେ କାମ କରୁଥିଲେ। ସେଠାରେ ସେ ରୋଜଗାର କରିଥିବା ଟଙ୍କାକୁ ଘରକୁ ପଠାଇବା ପରିବର୍ତ୍ତେ ଶେୟାର ମାକେର୍ଟରେ ବିନିଯୋଗ କରିଥିଲେ। କିନ୍ତୁ ବହୁ କ୍ଷତି ସହିବା ପରେ ସେ କମ୍ପାନୀ ଛାଡିଥିଲେ।
ଏହା ପରେ ସେ ଏକ ଘରୋଇ ବ୍ୟାଙ୍କରେ କାମ କରିବା ଆରମ୍ଭ କଲେ । କିନ୍ତୁ ଆଥିର୍କ ଋଣ ଓ ଶେୟାର ବଜାର କ୍ଷତି ତାକୁ ଚିନ୍ତାକୁ କମାଇବା ପରିବର୍ତ୍ତେ ଆହୁରି ବଢାଇଥିଲା । ଯାହାଫଳରେ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥିଲେ ।
ଶେଷରେ ଶିବରାତ୍ରୀ ଦିନ ରାଜେନ୍ଦ୍ର କୋଲହେ ନିଜ ବାଇକ୍ ଉପରେ ବସି ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଛନ୍ତି । ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ସତପୁର ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କୋଲହେ ୯୦% ଜଳି ଯାଇଥିଲେ। ତାଙ୍କ ବାଇକ୍ ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିଲା। ପରେ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଅଧିକ ପଢନ୍ତୁ: ଶେୟାର ବଜାରରେ ସବୁଠୁ ବଡ଼ କ୍ଷତି, ୧୪୧୪ ତଳକୁ ଖସିଲା ସେନସେକ୍ସ, ୪୨୦ ପଏଣ୍ଟ ତଳକୁ ଖସିଲା ନିପ୍ଟି, ୪୫ ମିନିଟରେ ୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ
ଫେବୃଆରୀ ମାସ ଷ୍ଟକ୍ ମାର୍କେଟ ପାଇଁ ବହୁତ ଖରାପ ହୋଇଛି । ଏହି ଅବଧି ମଧ୍ୟରେ ସେନସେକ୍ସ ୪,୦୦୦ ରୁ ଅଧିକ ପଏଣ୍ଟ ହ୍ରାସ ପାଇଛି। ଏହି ଅବଧି ମଧ୍ୟରେ ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର କ୍ୟାପ୍ ୪୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଶୁକ୍ରବାର ଦିନ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସ ୧.୯୦ ପ୍ରତିଶତ ବା ୧୪୧୪ ପଏଣ୍ଟ ହ୍ରାସ ପାଇ ୭୩,୧୯୮ରେ ବନ୍ଦ ହୋଇଛି।