ଜିଓ ଲଞ୍ଚ କଲା ନୂତନ ଟାରିଫ ପ୍ଲାନ, ପ୍ରାରମ୍ଭିକ ମୂଲ୍ୟ ୧୯୯ ରହିଛି, ଦେଖନ୍ତୁ ପୂରା ତାଲିକା
Khabar Odisha:business-odisha-jio-launches-new-all-in-one-plans-know-all-tariff-plans-here-in-details
ନୂଆଦିଲ୍ଲୀ, ଡିସେମ୍ବର୦୪(ଖବର ଓଡ଼ିଶା):

ରିଲାୟନ୍ସ ଜିଓ ଶେଷରେ ନିଜର ଟାରିଫ ପ୍ଲାନ ଘୋଷଣା କରିଛି। ଜିଓର ସମସ୍ତ ନୂତନ ଟାରିଫ ପ୍ଲାନ ଡିସେମ୍ବର ୬ରୁ ଲାଗୁ  ହେବାକୁ ଯାଉଛି। ନିଜ ପ୍ଲାନକୁ ନେଇ  ଜିଓ କହିଛି ଯେ, ପ୍ଲାନରେ ଦର ବୃଦ୍ଧି ପରେ ମଧ୍ୟ ଏୟାରଟେଲ୍ ଓ ଭୋଡ଼ାଫୋନ ତୂଳନାରେ ୧୫-୨୫ ପ୍ରତିଶତ ପର୍ୟ୍ୟସନ୍ତ ଶସ୍ତା ରହିଛି। ଏହି ସବୁ ପ୍ଲାନ ସହିତ ଜିଓ ଟିଭିରେ ୬୦୦ରୁ ଅଧିକ ଚ୍ୟାନେଲ ଦେଖିବାକୁ ମିଳିବ। ଏହା ସହିତ ଜିଓ ସିନେମାରେ ୧୦  ହଜାରରୁ ଅଧିକ ଫିଲ୍ମ ଏବଂ ଅନେକ ସୋ ଦେଖିବାକୁ ମିଳିବ। ଅନ୍ୟପଟେ ଜିଓ କ୍ଲାଉଡରେ ୫ ଜିବି ଷ୍ଟୋରେଜ୍ ମାଗଣାରେ ମିଳିବ।  ଆସନ୍ତୁ ଜାଣିବା ଜିଓର ସମସ୍ତ ପ୍ଲାନ ବିଷୟରେ...

ଜିଓର ପ୍ରତିଦିନ ୧.୫ ଜିବି ବିଶିଷ୍ଟ ଡାଟା

ପ୍ରତିଦିନ ୧.୫ ଜିବି ଡିଟି ପାଇଁ ଜିଓ ତିନୋଟି ପ୍ଲାନ ଉପସ୍ଥାପନ କରିଛି। ଏଥିରେ ୧୯୯ ଟଙ୍କା, ୩୯୯ ଟଙ୍କା ଓ ୫୫୫ ଟଙ୍କା ଓ ୨୧୯୯ ଟଙ୍କା ସାମିଲ। 

ମାସିକ ୧୯୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିବ ଓ ନନ ଜିଓ ନମ୍ବରକୁ ୧୦୦୦ ମିନିଟ୍ ଓ ଜିଓଟୁ ଜିଓ ମାଗଣା କଲିଂ ସୁବିଧା ମିଳିବ।

୩୯୯ ଟଙ୍କିଆ ପ୍ଲାନରେ ୫୬ ଦିନ ବୈଧତା ରହିଛି। ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିବ ଓ ନନ ଜିଓ ନମ୍ବରକୁ ୨୦୦୦ ମିନିଟ୍ ଓ ଜିଓଟୁ ଜିଓ ମାଗଣା କଲିଂ ସୁବିଧା ମିଳିବ। 

ସେହି ପରି ୫୫୫  ଟଙ୍କିଆ ପ୍ଲାନର ବୈଧତା ୮୪ ଦିନ ରହିଛି। ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିବ ଓ ନନ ଜିଓ ନମ୍ବରକୁ ୩୦୦୦ ମିନିଟ୍ ଓ ଜିଓଟୁ ଜିଓ ମାଗଣା କଲିଂ ସୁବିଧା ମିଳିବ।

୨୧୯୯ ଟଙ୍କା ପ୍ଲାନର ବୈଧତା ୧୨ ମାସ ରହିଛି। ଏଥିରେ ପ୍ରତିଦିନ ୧.୫ ଜିବି ଡାଟା ଓ ଅନ୍ୟ ନେଟଓ୍ଵର୍କକୁ ୧୨୦୦୦ ମିନିଟ୍ ମିଳିବ। 

୨ ଜିବି  ବିଶିଷ୍ଟ ପ୍ଲାନ

୨୪୯ ଟଙ୍କିଆ ପ୍ଲାନର ବୈଧତା ୨୮ ଦିନ ରହିଛି। ଏଥିରେ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ମିଳିବ। ଅନ୍ୟ ନେଟଓ୍ଵକର୍କୁ କଲିଂ ପାଇଁ ୧୦୦୦ ମିନିଟ୍। ଜିଓଟୁ ଜିଓ ଅସୀମିତ କଲ୍।

୪୪୪ ଟଙ୍କିଆ ପ୍ଲାନର ବୈଧତା ୫୬ ଦିନ ରହିଛି। ଏଥିରେ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ମିଳିବ। ଅନ୍ୟ ନେଟଓ୍ଵକର୍କୁ କଲିଂ ପାଇଁ ୨୦୦୦ ମିନିଟ୍। ଜିଓଟୁ ଜିଓ ଅସୀମିତ କଲ୍।

୫୯୯ ଟଙ୍କିଆ ପ୍ଲାନର ବୈଧତା ୮୪ ଦିନ ରହିଛି। ଏଥିରେ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ମିଳିବ। ଅନ୍ୟ ନେଟଓ୍ଵକର୍କୁ କଲିଂ ପାଇଁ ୩୦୦୦ ମିନିଟ୍। ଜିଓଟୁ ଜିଓ ଅସୀମିତ କଲ୍।

ଅଫୋର୍ଡେବଲ ପ୍ଲାନ

ଏହି ବର୍ଗରେ ୧୨୯ ଟଙ୍କିଆ ପ୍ଲାନର ବୈଧତା ୨୮ ଦିନ ରହିଛି। ଏଥିରେ ଗ୍ରାହକଙ୍କୁ ୨ ଜିବି ଡାଟା ଓ ୧୦୦୦ ମିନିଟ୍ କଲିଂ ସୁବିଧା ରହିଛି। 

୩୨୯ ଟଙ୍କିଆ  ପ୍ଲାନର ୮୪ ଦିନର ବୈଧତା ରହିଛି। ଏଥିରେ ୬ ଜିବି ଡାଟା ଓ ୩୦୦୦ ମିନିଟ୍ କଲିଂ ସୁବିଧା ମିଳିବ। 

୧୨୯୯  ଟଙ୍କିଆ ପ୍ଲାନର ବୈଧତା ୩୬୫ ଦିନ ରହିଛି। ଏଥିରେ ୨୪ ଜିବି ଡାଟା ଓ ୧୨ ହଜାର ମିନିଟ୍ କଲିଂ ସୁବିଧା ମିଳିବ।

Subscribe

National International State Sports Entertainment