ଭୁବନେଶ୍ଵର: ଆସନ୍ତାକାଲି ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ। ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଦାୟିତ୍ୱରେ ଥିବା ମୋହନ ଚରଣ ମାଝୀ । ମୋହନ ସରକାରଙ୍କର ଏହା ହେଉଛି ଦ୍ବିତୀୟ ବଜେଟ । ଏଥର ବଜେଟରେ କଣ ରହୁଛି ତାହା ଉପରେ ସାରା ରାଜ୍ୟର ନଜର ରଖିଛି। ବଡ଼କଥା ହେଉଛି ଚଳିତ ବର୍ଷ ବଜେଟର ଆକାର ୩ ଲକ୍ଷ କୋଟି ଛୁଇଁବା ସମ୍ଭାବନା ରହିଛି ।
୨୦୨୫-୨୬ ଆର୍ଥିକ ବର୍ଷ ଲାଗି ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନ ସରକାରଙ୍କ ଏହା ହେଉଛି ଦ୍ବିତୀୟ ବଜେଟ। ଗତ ଆର୍ଥିକ ବର୍ଷରେ ବଜେଟର ଆକାର ଥିଲା ୨.୬୫ ଲକ୍ଷ କୋଟି ଟଙ୍କା। ଚଳିତ ବଜେଟର ଆକାର ପ୍ରାୟ ୩୦ ହଜାର କୋଟି ଟଙ୍କା ବୃଦ୍ଧି ପାଇବା ସମ୍ଭାବନା। ଫଳରେ ଏଥରର ରାଜ୍ୟ ବଜେଟ୩ ଲକ୍ଷ କୋଟି ବ୍ୟୟ ବରାଦ ଛୁଇଁ ପାରେ ।
ସେପଟେ ରାଜ୍ୟ ବଜେଟକୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଏକ ସୁସ୍ଥ ଅର୍ଥନୈତିକ ବ୍ୟବସ୍ଥାକୁ ଛାଡିକି ଯାଇଛନ୍ତି । ଓଡିଶାର ଅର୍ଥନୀତି ଆଗେଇଛି ବୋଲି ନୀତି ଆୟୋଗ ସ୍ବୀକାର ମଧ୍ୟ କରିଛି । ଓଡିଶା ଏକ ବଳକା ରାଜ୍ୟରେ ପରିଣତ ହୋଇଛି। ରାଜ୍ୟ ସରକାର ଏସବୁକୁ ଦୃଷ୍ଟିରେ ରଖି ବଜେଟରେ ଲୋକଙ୍କ ଆଶା ପୂରଣ କରିବେ ବେଲି ଆଶା କରିଛି ବିଜେଡି। କଂଗ୍ରେସ କହିଛି ୮ ମାସ ସରକାର କୈଣସି ଆଖିଦୃଶିଆ ପଦକ୍ଷେପ ନେଇ ନାହାନ୍ତି ।