ମୁମ୍ବାଇ: ଭାରତୀୟ ସେୟାର ବଜାରରେ ରେକର୍ଡ ଜାରି ରହିଛି। ଗତ ବ୍ୟବସାୟିକ ସପ୍ତାହର ଶେଷ ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ଟି ସେୟାରଯୁକ୍ତ ସେନ୍ସେକ୍ସ ନୂଆ ରେକର୍ଡରେ ବନ୍ଦ ହୋଇଥିଲା। ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହର ପ୍ରଥମଦିନ ସୋମବାର ନିଜର ସବୁ ପୁରୁଣା ରେକର୍ଡ ଅତିକ୍ରମ କରିଛି। ଅନ୍ୟପଟରେ ନିଫ୍ଟିରେ ମଧ୍ୟ ତୀବ୍ରତା ଦେଖିବାକୁ ମିଳିଛି ଏବଂ ଏହା ନୂଆ ସ୍ତରରେ ପହଞ୍ଚିଛି। ଏହାରି ମଧ୍ୟରେ ୧୦ଟି ସେୟାର ସର୍ବାଧିକ ଆଗୁଆ ରହିଛି।
ବିଏସ୍ଇ ସେନ୍ସେକ୍ସ ପ୍ରି ଓପନରେ ୩୬୦ ଅଙ୍କ ବଢ଼ିବା ସହିତ ୮୨,୭୨୫ ସ୍ତରରେ ବ୍ୟବସାୟ କରୁଥିବା ନଜରକୁ ଆସିଥିଲା। ୩୦ ସେୟାର ଯୁକ୍ତ ସେନ୍ସେକ୍ସ ଶେଷଥର ପାଇଁ ୮୨୩୬୫.୭୭ ତୁଳନାରେ ୮୨,୭୨୫.୨୮ର ସର୍ବକାଳୀନ ଉଚ୍ଚସ୍ତରରେ ଆରମ୍ଭ ହୋଇଥିଲା। ଏନ୍ଏସ୍ସି ନିଫ୍ଟି ଗତଥର ରେକର୍ଡ ଅତିକ୍ରମ ସହ ୨୫,୩୩୩.୬୦ରୁ ଆରମ୍ଭ ହୋଇ। ଶୁକ୍ରବାର ଏହା ୨୫,୨୩୫.୯୦ ସ୍ତରରେ ବନ୍ଦ ହୋଇଥିଲା।
ପୂର୍ବାହ୍ଣ ସାଢ଼େ ୯ଟା ସୁଦ୍ଧା ବିଏସ୍ଇର ଲାର୍ଜ କ୍ୟାପ୍ କଂପାନୀ ମଧ୍ୟରେ ଆଇଟିସି, ଏସିଆନ ପେଣ୍ଟ, ବଜାଜ ଫିନ୍ସର୍ଭ ସାମିଲ ଅଛନ୍ତି। ମିଡ କ୍ୟାପରେ ଜିଜିଏଲ, ଗୋଦରେଜ ଇଣ୍ଡିଆ, ଏସ୍ଜେଭିଏନ୍, ଏନ୍ଏଚ୍ପିସି ଥିବା ବେଳେ ସ୍ମଲ କ୍ୟାପରେ ରୋସେଲ ଇଣ୍ଡ, ଇଣ୍ଡୋଅମିନ, ଏସ୍ଜିଏଫ୍ଆଇଏନ୍ ପ୍ରମୁଖ ରହିଛନ୍ତି।
ଅଧିକ ପଢ଼ନ୍ତୁ: ମୋବାଇଲ ବ୍ୟବହାରକାରୀ ଏହି କାମ କରିନଥିଲେ, ହୋଇପାରେ କ୍ଷତି