ନୂଆଦିଲ୍ଲୀ: ସେପ୍ଟେମ୍ବର ପହିଲାରୁ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଅନଲାଇନ୍ କାମ ପାଇଁ ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ଗୁଗଲ ଓ ଆଧାର ବ୍ୟବହାରକାରୀଙ୍କ ଉପରେ ପଡ଼ିବ। ଏହାର ପ୍ରଭାବ ଟେଲିକମ୍ କଂପାନିଗୁଡ଼ିକ ଉପରେ ମଧ୍ୟ ଦେଖିବାକୁ ମିଳିପାରେ। ସେହିପରି ସେପ୍ଟେମ୍ବର ୧୪ରୁ ୟୁଆଇଡିଏଆଇର ମାଗଣା ସେବା ମଧ୍ୟ ବନ୍ଦ କରାଯାଉଛି।
ଗୁଗୁଲର ନୂଆ ପ୍ଲେ ଷ୍ଟୋର ପଲିସି ସେପ୍ଟେମ୍ବର ପହିଲାରୁ ଲାଗୁ ହୋଇଛି। ଗୁଗୁଲ ଅନୁଯାୟୀ, ପ୍ଲେ ଷ୍ଟୋରରେ ନିମ୍ନମାନର ଥିବା ପ୍ଲେ ଷ୍ଟୋରରୁ ଏଭଳି ହଜାର ହଜାର ଆପକୁ ହଟାଇ ଦିଆଯାଉଛି। ଏହି ଆପଗୁଡିକ ମାଲୱେୟାରର ଉତ୍ସ ହୋଇପାରେ।
ସୂଚନାଯୋଗ୍ୟ, ଗୁଣବତ୍ତା ନିୟନ୍ତ୍ରଣ ପକ୍ଷରୁ ଗୁଗୁଲ ଏକ ନୂଆ ନିୟମ ଲାଗୁ କରିଛି। ଏଭଳି ସ୍ଥିତିରେ ସାରା ବିଶ୍ୱରେ ଆଣ୍ଡ୍ରଏଡ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ବହୁତ ଆଶ୍ୱସ୍ତି ମିଳିପାରେ। ଏହା ସହ ଗୁଗୁଲର ଗୋପନୀୟତା ପାଇଁ ମଧ୍ୟ ଏହା ବହୁତ ଭଲ ସାବ୍ୟସ୍ତ ହୋଇପାରେ।
ୟୁଆଇଡିଏଆଇ ମାଗଣା ଆଧାରକାର୍ଡ ଅପଡେଟ୍ର ସମୟସୀମାକୁ ସେପ୍ଟେମ୍ବର ୧୪, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏଭଳି ସ୍ଥିତିରେ ମୋବାଇଲ ବ୍ୟବହାରକାରୀମାନେ ଘରେ ବସି ୧୦ ବର୍ଷ ପୁରୁଣା ଆଧାରକାର୍ଡକୁ ଅପଡେଟ୍ କରିପାରିବେ। ଏହି ମାଗଣା ଆଧାର ଅପଡେଟ୍ ସୁବିଧା ମାଇଁ ଆଧାର ପୋର୍ଟାଲରୁ ଉପଲବ୍ଧ ହେବ। ଏହାବ୍ୟତୀତ ଗ୍ରାହକମାନେ ଆଧାର ସେଣ୍ଟରକୁ ଯାଇ କାର୍ଡ ଅପଡେଟ୍ କରିପାରିବେ, ଯେଉଁଥିପାଇଁ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ।
ଟ୍ରାଇର ନୂଆ ନିୟମ ଅନୁଯାୟୀ ସେପ୍ଟେମ୍ବର ପହିଲାରୁ ଫେକ୍ କଲ୍ ଓ ମେସେଜ୍ରୁ ମୁକ୍ତି ମିଳିପାରିବ। ସେପ୍ଟେମ୍ବର ପହିଲାରୁ ଅଣପଞ୍ଜୀକୃତ ମେସେଜ ଓ କଲ୍କୁ ବନ୍ଦ କରିବାକୁ ଟ୍ରାଇ ନିର୍ଦ୍ଦେଶ ଦେଇଛି। ତେବେ ଏହା ଦ୍ୱାରା ଅନଲାଇନ ପେମେଣ୍ଟ, ଅନଲାଇନ ସପିଂ ଏବଂ ଅନଲାଇନ ଡେଲିଭରିରେ କିଛି ଅସୁବିଧା ହୋଇପାରେ ଏବଂ ଓଟିପି ଏବଂ ମେସେଜ ପାଇବାରେ ବିଳମ୍ବ ହୋଇପାରେ।
ଅଧିକ ପଢ଼ନ୍ତୁ: ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନାରେ ତାଣ୍ଡବ ରଚିଲା ବନ୍ୟା