ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଆଗତ କରିଛନ୍ତି । ବଜେଟରେ ସେମିକଣ୍ଡକ୍ଟରକୁ ନେଇ ଅର୍ଥମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଏହାର ପ୍ରଭାବରେ ଡିକ୍ସନ ଟେକ୍, ସିଜି ପାୱାର ସମେତ ବାକି ଚିପ୍ ନିର୍ମାତାକାରୀ କମ୍ପାନିର ସେୟାର ଉପରମୁହାଁ ଦେଖିବାକୁ ମିଳିଛି । ଏହି ସବୁ ସେୟାରରେ ୬ ପ୍ରତିଶତ ବୃଦ୍ଧି ଘଟିଛି ।
ଅର୍ଥମନ୍ତ୍ରୀ ବଜେଟରେ ଖାସ୍ ଘୋଷଣା କରି କହିଛନ୍ତି, ଇଏମଏସ ପିଏଲଆଇକୁ ବଢାଇ ୪୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ଏହା ବ୍ୟତୀତ ତାମିଲନାଡୁ, କେରଳ ଓ ଆନ୍ଧ୍ର ପ୍ରଦେଶରେ ରେୟାର ଅର୍ଥ ମିନିରାଲ ପାଇଁ କରିଡର ନିର୍ମାଣ କରାଯିବ । ଅନ୍ୟପଟେ ସେମି କଣ୍ଡକ୍ଟର ପାଇଁ ୪୦ ହଜାର କୋଟିର ସହାୟତା ରାଶି ଘୋଷଣା କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ଘୋଷଣାରେ ଚୀନ ପ୍ରତି ଭାରତ ନିର୍ଭରତା ହ୍ରାସ ପାଇବ ।
ଭାରତକୁ ବୈଶ୍ୱିକ ବାୟୋଫାର୍ମା ବିନିର୍ମାଣ ହବରେ ପରିଣତ ପାଇଁ ବାୟୋଫାର୍ମା ଶକ୍ତି ଯୋଜନା ଆରମ୍ଭ କରାଯାଉଛି । ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦ର ଶୁଭାରମ୍ଭ ଶୀଘ୍ର କରାଯିବ । ସେମିକଣ୍ଡକ୍ଟର ସେକ୍ଟରରେ ଇଲେକ୍ଟ୍ରୋନିକ କମ୍ପୋନେଣ୍ଟ ବିନିର୍ମାଣ ଯୋଜନା ପାଇଁ ବଜେଟ୍ ବୃଦ୍ଧି କରାଯାଇ ୪୦ ହଜାର କୋଟି ରଖାଯାଇଛି । ଓଡିଶା, କେରଳ, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ସମର୍ପିତ ରେୟର ଅର୍ଥ କରିଡର ନିର୍ମାଣ କରାଯିବ ।
ଅର୍ଥମନ୍ତ୍ରୀ ଶ୍ରୀମତୀ କହିଛନ୍ତି ଯେ ଆମେ ଗତ ୧୨ ବର୍ଷ ଧରି ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରିଆସୁଛୁ। ଦେଶ ଆର୍ଥିକ କ୍ଷେତ୍ରରେ ଦୃଢ଼ ଭାବରେ ଅଗ୍ରଗତି କରୁଛି। ଏହି ସମୟ ମଧ୍ୟରେ, ଆମ ସରକାର ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରିଛି। ନିବେଶ ବୃଦ୍ଧି ପାଇଁ ମଧ୍ୟ ପ୍ରୟାସ ଚାଲିଛି। ବଜେଟ୍ର ଲାଭ ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ନିଶ୍ଚିତ କରିବା ଲକ୍ଷ୍ୟ ରଖିଛି। ଏହା ସହିତ ଆମେ ଏକ ବିକଶିତ ଭାରତ ଆଡକୁ ଅଗ୍ରସର ହେଉଛୁ।
Also read: ସଂସଦରେ ବଜେଟ୍-୨୦୨୬ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ