ରିଲାଏନ୍ସ ଜୁଏଲ୍ସ ଦ୍ୱାରା ଚଳିତ ବିବାହ ଋତୁ ପାଇଁ କ୍ଲାସିକ ବ୍ରାଇଡାଲ୍ ଜୁଏଲାରୀର ଶୁଭାରମ୍ଭ
Khabar Odisha:Reliance-Jewels-launches-classic-bridal-jewelry-for-current-wedding-season

ଭୁବନେଶ୍ୱର, ନଭେମ୍ବର ୨୪(ଖବର ଓଡ଼ିଶା): ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ବ୍ରାଇଡାଲ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଡିଜାଇନର ଏକ କ୍ଲାସିକ୍ ବର୍ଗର ଶୁଭାରମ୍ଭ କରିଛି । ଏଥିରେ ରହିଛି ହାତ ତିଆରି ସଂସ୍କୃତି ସମ୍ପନ୍ନ ସୁନା ଓ ହୀରା ଜୁଏଲାରୀ । ନୂଆ ଜୁଏଲାରୀ ଲାଇନର ଶୁଭାରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ବିବାହ କରୁଥିବା କନ୍ୟାଙ୍କ ପାଇଁ ତାଙ୍କର ଜୀବନର ପରବର୍ତି ପର୍ଯ୍ୟାୟ ପାଇଁ ଶୁଭକାମନା ଜଣାଉଛି । ଏହି ନୂତନ ଜୁଏଲାରୀ ଲାଇନ୍ କେବଳ ବିବାହ ଉତ୍ସବ ପାଇଁ ନୁହେଁ ବରଂ ଆହୁରି ଅନେକ ଅବସର ଯଥା ନିର୍ବନ୍ଧ, ସଙ୍ଗୀତ, ମେହେନ୍ଦୀ, ସ୍ୱାଗତ ସମାରୋହ ଓ ଆହୁରି ଅନେକ କାର୍ଯ୍ୟ ପାଇଁ ଉପଯୋଗୀ । 

ଏହି କଲେକ୍ସନରେ ରହିଛି ସ୍ୱତନ୍ତ୍ର ହାତ ତିଆରି ସୁନା ଓ ଗହଣାର ନେକଉୟର ଯେଉଁଥିରେ ରହିଛି ଲେୟାରଡ୍ ଷ୍ଟାଇଲ୍ ଜୁଏଲାରୀ, ସୁନ୍ଦର ଚୋକର୍ସ, ଲମ୍ବା ଚେନ୍ ଓ ହାରାମ୍ ଯେଉଁଥିରେ ସୁନ୍ଦର କଳାକୃତି କରାଯାଇଛି । ଏଥିରେ ରହିଛି ସୁନା ଓ ଆଂଟିକ୍ ଡିଜାଇନର କ୍ଲାସିକ ବ୍ରାଇଡାଲ୍ ପିସ୍ । ଏଥିରେ ମଧ୍ୟ ରହିଛି ସ୍ୱତନ୍ତ୍ର ହେରିଟେଜ୍‌, ଟେମ୍ପଲ ଷ୍ଟାଇଲ୍ ଜୁଏଲାରୀ ଓ ସ୍ୱତନ୍ତ୍ର ଗୋଲ୍ଡ ଜୁଏଲାରୀ ରେଞ୍ଜ ଗୁଲାବ ମିନାକାରି କାମ ସହିତ ଯାହାକି ସୁନ୍ଦର ଭାବରେ ଭାରତୀୟ ସଂସ୍କୃତିକୁ ଏହାର ଆକର୍ଷଣୀୟ ଷ୍ଟାଇଲିସ୍ ଡିଜାଇନ୍ ମାଧ୍ୟମରେ ପ୍ରତିଫଳିତ କରିଥାଏ । ହୀରାର ବ୍ୟାପକ ସମ୍ଭାରରେ ସାମିଲ୍ ରହିଛି କ୍ଲାସିକ୍ ଚୋକର୍ସ, ଆକର୍ଷଣୀୟ ୟେଲୋ ନେକଲେସ୍ ସେଟ୍‌, ଧଳା ଓ ରୋଜ୍ ଗୋଲ୍ଡ ଫିନିସ୍ ଓ ବିଭିନ୍ନ ସେଟିଂ ଯେଉଁଥିରେ ପ୍ରତି କନ୍ୟାଙ୍କ ପାଇଁ ରହିଛି ମନଲାଖି ଗହଣାର ସମ୍ଭାର । 

ଏହି ୱେଡିଂ କଲେକ୍ସନରେ ରହିଛି ଡିଜାଇନ୍ ଯାହା ସାରା ଭାରତର ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶିତ କରିଥାଏ । ଉଭୟ ପାରମ୍ପରିକ ଓ ସମସାମୟିକ ଷ୍ଟାଇଲ୍ ସହିତ ବିଭିନ୍ନ ରେଞ୍ଜର ଓଜନ ବିକଳ୍ପ ଯାହା ପ୍ରତି ଝିଅଙ୍କ ପରିବାର ଆଶା କରିଥାନ୍ତି । ବିବାହ ଜୁଏଲାରୀର ନୂତନ କଲେକ୍ସନ ସହିତ, ରିଲାଏନ୍ସ ଜୁଏଲାରୀ ମଧ୍ୟ ୨୩ ଡିସେମ୍ବର ପର୍ଯ୍ୟନ୍ତ ସ୍ୱତନ୍ତ୍ର ୱେଡିଂ ଅଫର ର ଘୋଷଣା କରିଛି ଯେଉଁଥିରେ ରହିଛି ସୁନା ଗହଣାର ଗଢ଼ା ମଜୁରୀ ଉପରେ ଓ ହୀରା ଗହଣାର ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି । 

ଏହି କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି ସୁନିଲ୍ ନାୟକ, ସିଇଓ, ରିଲାଏନ୍ସ ଜୁଏଲ୍ସ କହିଛନ୍ତି ଯେ, “ଏହି କଲେକ୍ସନ ମାଧ୍ୟମରେ ଆମେ ପ୍ରତି ବିବାହ ପାଇଁ ପ୍ରସ୍ତୁତ ହେଉଥିବା କନ୍ୟାମାନଙ୍କୁ ଏକ ସୁଖୀ ଓ ସମୃଦ୍ଧ ବିବାହ ଜୀବନର କାମନା ଜଣାଉଛୁ । ଏଥିରେ ରହିଛି ପାରମ୍ପରିକ ତଥା ସମସାମୟିକ ଡିଜାଇନର ସମନ୍ୱୟ ଯାହା ଭାରତର କଳା ଓ ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟରୁ ଅନୁପ୍ରେରିତ । ଆମେ ରିଲାଏନ୍ସ ଜୁଏଲ୍ସରେ ପ୍ରତିଟି ଗହଣାକୁ ଯତ୍ନର ସହିତ ପ୍ରସ୍ତୁତ କରିଥାଉ ଯାହା ଏହାର ସୌନ୍ଦର୍ଯ୍ୟରେ ପ୍ରତିଫଳିତ ହୋଇଥାଏ ଓ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପ୍ରତି କନ୍ୟାଙ୍କ ପାଇଁ ଦିନଟିକୁ ସ୍ୱତନ୍ତ୍ର କରିଥାଏ ।” 


ଏହି ଆକର୍ଷଣୀୟ କଲେକ୍ସନ ସାରା ଦେଶରେ ରିଲାଏନ୍ସ ଜୁଏଲ୍ସ ଫ୍ଲାଗସିପ୍ ଅପରେସନାଲ୍ ସୋରୁମ୍‌, ସପ୍‌-ଇନ୍ ସପ୍‌ରେ ଓ ରିଲାଏନ୍ସ ଜୁଏଲ୍ସ ୱେବସାଇଟ www.reliancejewels.com ରେ ଉପଲବ୍ଧ ଅଟେ । 

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ : 

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଟପ୍ ୧୦ ବିଶ୍ୱସନୀୟ ରିଟେଲ୍ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ । ଏହି ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍ ଓ ସିଲଭର ଗହଣାର ଆକର୍ଷଣରୀୟ ଓ ବ୍ୟାପକ ସମ୍ଭାର ପ୍ରଦାନ କରିଥାଏ । ଏହାର ଗହଣାରେ ଡିଜାଇନ୍ ଓ କାରିଗରିକୁ ଧ୍ୟାନ ପ୍ରଦାନ କରାଯାଇଥାଏ । ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରିବା ପାଇଁ ଚେଷ୍ଟା କରିଥାଏ ଯାହାକି କଳା, କାରିଗରି ଓ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ସମୃଦ୍ଧ ଅଟେ । ରିଲାଏନ୍‌ସ ଜୁଏଲ୍‌ସର ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରିବାରେ ବିଶ୍ୱାସ କରେ ଓ ଏଥିରେ ପ୍ରେମ ଓ ଆବେଗର ଏକ ସ୍ୱତନ୍ତ୍ର ଭୂମିକା ରହିଛି । 

ରିଲାଏନ୍‌ସ ଜୁଏଲ୍‌ସର ସାରା ଭାରାତରେ ୨୫୦+ ଫ୍ଲାଗସିପ୍ ସୋ ରୁମ୍ ରହିଛି ଓ ଭାରତର ୧୨୫+ ସହରରେ ସପ୍‌-ଇନ-ସପ୍‌ସ ମଧ୍ୟ ରହିଛି ଏବଂ ଏହା ଦ୍ରୁତ ଗତିରେ ସଂପ୍ରସାରଣ କରୁଛି । ଏହି ବ୍ରାଣ୍ଡ ଅତୁଳନୀୟ ସେବା ଓ ସ୍ୱତନ୍ତ୍ର ଜୁଏଲାରୀ ସପିଂ ଅନୁଭୂତି ମାଧ୍ୟମରେ ଗ୍ରାହକର ଖୁସି ପ୍ରତି ଧ୍ୟାନ ପ୍ରଦାନ କରିଥାଏ । ଏହାର କଲେକ୍ସନରେ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ ରହିଛି । ରିଲାଏନ୍ସ ଜୁଏଲ୍ସରେ ସୁନା ଓ ହୀରା ପ୍ରତିଯୋଗୀତାମୂଳକ ମୂଲ୍ୟରେ ଉପଲବ୍ଧ । ଏହାର ଶୂନ୍ୟ ନଷ୍ଟ ଓ ଉପଯୁକ୍ତ ଗଢ଼ା ମଜୁରୀ ଗ୍ରାହକଙ୍କୁ ୧୦୦% ସନ୍ତୁଷ୍ଟି ପ୍ରଦାନ କରିଥାଏ ।ରିଲାଏନ୍ସ ଜୁଏଲ୍ସ ମଧ୍ୟ ୧୦୦ ପ୍ରତିଶତ ଶୁଦ୍ଧତା, ମୂଲ୍ୟରେ ସ୍ୱଚ୍ଛତା ଓ ପ୍ରତି ପିସରେ ଗୁଣମାନର ସୁନିଶ୍ଚିତତା ପ୍ରଦାନ କରିଥାଏ ।

ଏହି ବ୍ରାଣ୍ଡ କେବଳ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ଗୋଲ୍ଡ ରଖିଥାଏ । ଏଠାରେ ରହିଥିବା ପ୍ରତିଟି ହୀରା ସ୍ୱାଧୀନ ପ୍ରମାଣନ ଲାବୋରାଟୋରି ଦ୍ୱାରା ଆନ୍ତର୍ଜାତିକ ଭାବରେ ପ୍ରମାଣିତ । ସମସ୍ତ ରିଲାଏନ୍ସ ଜୁଏଲ୍ ସୋରୁମରେ ମରାମତି ପାଇଁ ଏକ କ୍ୟୁସି ଟେକ୍ ରୁମ୍ ରହିଛି । ଏହା ସହିତ ସୁନାର ଶୁଦ୍ଧତାକୁ ମାଗଣାରେ ମାପ କରିବା ପାଇଁ କ୍ୟାରେଟ୍ ମିଟର ରହିଛି । ଏହି ସବୁ ସୁବିଧା ବ୍ୟତୀତ ଏହି ବ୍ରାଣ୍ଡ ମଧ୍ୟ ପ୍ରତି କ୍ରୟରେ ଲୟାଲିଟି ପଏଂଟ ପ୍ରଦାନ କରିଥାଏ । 

ପ୍ରତି କଲେକ୍‌ସନରେ ଆକର୍ଷଣୀୟ ଡିଜାଇନ୍ ସହିତ, ରିଲାଏନ୍‌ସ ଜୁଏଲ୍‌ସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରତି ଅବସର ନିମନ୍ତେ ଗହଣା ଉପଲବ୍ଧ ରହିଛି ।

  • Tags:

Subscribe

National International State Sports Entertainment