ଆନ୍ଧ୍ରା ବ୍ୟାଙ୍କକୁ ବିଲୟ ନେଇ ମଞ୍ଜୁରୀ ଦେଲା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ
Khabar Odisha:National-Business-Odisha-union-bank-board-approves-merger-of-andhra-and-corporation-bank-with-itself
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦(ଖବର ଓଡ଼ିଶା):

ୟୁନିୟନ ବ୍ୟାଙ୍କ ଅଫଇଣ୍ଡିଆର ବୋର୍ଡ଼ ସୋମବାର ଦିନ ସାର୍ବଜନିନ କ୍ଷେତ୍ରର ଆନ୍ଧ୍ରାବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କକୁ ବିଲୟ ପାଇଁ ମଞ୍ଜୁରୀ ପ୍ରଦାନ କରିଛି । ଏହା ସହ ଚଳିତ ଆର୍ଥିକ ବର୍ଷରେ ୧୭,୨୦୦ କୋଟି ଟଙ୍କାର ପୁଞ୍ଜି ଲଗାଇବାକୁ ନିଷ୍ପତି ନେଇଛି । 

ୟୁନିୟନ ବ୍ୟାଙ୍କ ଅଫଇଣ୍ଡିଆର ନିର୍ଦ୍ଦେଶକ ବୋର୍ଡ଼ ବୈଠକରେ ବ୍ୟାଙ୍କଗୁଡ଼ିକର ବିଲୟ ମଞ୍ଜୁରୀ ନିଷ୍ପତି ହୋଇଥିବା ସହ ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ୧୭,୨୦୦କୋଟି ଆଣିବା ପାଇଁ ଆଲୋଚନା କରାଯାଇଛି । ଏତି ମଧ୍ୟରୁ ୧୩ହଜାର କୋଟି ଟଙ୍କା ଇକ୍ୟୁଇଟି ସେୟାର ଜରିଆରେ ଓ ୪,୨୦୦କୋଟି ଟଙ୍କା ଟାୟର ୧ଓ ଟାୟର ୨ବଣ୍ଡ ଜରିଆରେ ପୁଞ୍ଜି ଆଣିବାକୁ ସହମତି ଦିଆଯାଇଛି । 

ସୋମବାର ଦିନ ଇକ୍ୟୁଇଟି ସେୟାର ବଜାରରେ ୟୁନିୟନ ବ୍ୟାଙ୍କର ସେୟାର ୨.୨୭ ପ୍ରତିଶତ ବୃଦ୍ଧି ପାଇ ୫୬.୨୫ ଟଙ୍କା ସ୍ତରରେ ପହଂଚିଛି । ଏହା ସହ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଦେଶର ସର୍ବ ପଞ୍ଚମ ବୃହତ ବ୍ୟାଙ୍କ ହେବ । ଯାହାର ମୋଟ କାରବାର ୧୪.୫୯ଲକ୍ଷ ଟଙ୍କା ହେବ । 

ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣସାର୍ବଜନିନ କ୍ଷେତ୍ରର ୧୦ଟି ବ୍ୟାଙ୍କର ବିଲୟ ୪ଟି ବ୍ୟାଙ୍କ ସହ କରିବାକୁ ଘୋଷଣା କରିଥିଲେ । ଏହି ଘୋଷଣା ଅନୁସାରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ତଥା ୟୁନାଇଟେଡ଼ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ , ଆହ୍ଲାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ସହ ଓ ଆନ୍ଧ୍ରା ବ୍ୟାଙ୍କ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ସହ ବିଲୟ ନେଇ ଘୋଷଣା କରିଥିଲେ ।

  • Tags:

Subscribe

National International State Sports Entertainment