ସଫଳ ହୋଇଛି ଭୁବନେଶ୍ୱର ଜନତା ମଇଦାନ ଠାରେ ଆୟୋଜିତ ମେକ୍ ଇନ୍ ଓଡ଼ିଶାର ୩ୟ ସଂସ୍କରଣ | ରାଜ୍ୟକୁ ସାଢ଼େ ୧୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଆସିଛି ।
Khabar Odisha:Make-In-Odisha-Conclave-2022
Bhubaneswar

ଆଶା ଠାରୁ ଅଧିକ ସଫଳ ହୋଇଛି ଭୁବନେଶ୍ୱର ଜନତା ମଇଦାନ ଠାରେ ଆୟୋଜିତ ମେକ୍ ଇନ୍ ଓଡ଼ିଶାର ୩ୟ ସଂସ୍କରଣ | ଓଡ଼ିଶାରେ ନିବେଶ କରିବାକୁ ପୁଞ୍ଜିପତିମାନେ ଆଗ୍ରହ ପ୍ରକାଶ କରିଛନ୍ତି । ରାଜ୍ୟକୁ ସାଢ଼େ ୧୦ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଆସିଛି । ଯାହାକୁ ଠିକଣା ଭାବରେ କାର୍ଯ୍ୟକାରୀ କରିବାକୁ ହେବ | ବହୁ ପରିଶ୍ରମ କରି ଏ ନିବେଶ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବାକୁ ସମସ୍ତେ ସହଯୋଗ କରନ୍ତୁ ବୋଲି ମେକ୍ ଇନ୍ ଓଡ଼ିଶା କନକ୍ଳେଭର ଉଦଯାପନୀ ଉତ୍ସବରେ ଆହ୍ବାନ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଏ ସଂସ୍କରଣରେ ଜାତୀୟ ଓ ଅନ୍ତର୍ଜାତୀୟ ନିବେଶକମାନେ ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି | ମୁଁ ସେହି ନିବେଶକ ମାନଙ୍କୁ ପ୍ରତିଶୃତି  ଦେଉଛି ଯେ ରାଜ୍ୟ ସରକାର ସେମାନଙ୍କୁ ସହୃଦୟରେ ସାହାର୍ଯ୍ୟ କରିବେ | ନୂଆ ଓଡ଼ିଶା ଗଠନରେ ସେମାନେ ଭାଗିଦାର ସାଜିବେ ।"ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ କଣ୍ଟ୍ରି ପାର୍ଟନର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି |" 

Subscribe

National International State Sports Entertainment