ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର। ବିଶ୍ୱ ବଜାର ସମେତ ଭାରତୀୟ ସର୍ରଫା ବଜାରରେ ସୁନା ଏବଂ ରୁପା ଦାମରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ନ୍ୟୁୟର୍କରୁ ଆରମ୍ଭ କରି ମୁମ୍ବାଇ ପର୍ଯ୍ୟନ୍ତ ସୁନା-ରୁପା ମୂଲ୍ୟରେ ଏଭଳି ହ୍ରାସ ଘଟିଛି, ଯାହାକୁ ବଜାର ବିଶେଷଜ୍ଞମାନେ 'ଆର୍ଥିକ ଭୂକମ୍ପ' ବୋଲି କହୁଛନ୍ତି। ନିଜର ସର୍ବକାଳୀନ ସ୍ତର ତୁଳନାରେ ସୁନା ପ୍ରାୟ ୩୬ ହଜାର ଟଙ୍କା ଶସ୍ତା ହୋଇଥିବା ବେଳେ ରୁପା ମୂଲ୍ୟ ପ୍ରାୟ ୧.୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସି ଆସିଛି।
କେତେ ଶସ୍ତା ହେଲା ସୁନା ଓ ରୁପା ?
ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (IBJA) ର ରିପୋର୍ଟ ଅନୁଯାୟୀ, ଦେଶର ସର୍ରଫା ବଜାରରେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୨,୧୫ ୬ ଟଙ୍କା ହ୍ରାସ ପାଇ ୧,୪୦,୦୨୨ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପିଛା ୬,୫୫୦ ଟଙ୍କା କମି ୨,୧୫,୪୮୫ ଟଙ୍କାକୁ ଚାଲିଆସିଛି।
ପୂର୍ବରୁ ସୁନା ନିଜର ସର୍ବୋଚ୍ଚ ସ୍ତର ୧,୭୬,୧୨୧ ଟଙ୍କାରେ ପହଞ୍ଚିଥିଲା, ଯାହା ଏବେ ୩୬,୦୯୯ ଟଙ୍କା କମିଛି। ସେହିପରି ରୁପା ମଧ୍ୟ ନିଜର ଅଲ୍-ଟାଇମ୍ ହାଇ ୩,୮୫,୯୩୩ ଟଙ୍କାରୁ ପ୍ରାୟ ଅଧା ଦାମ୍ ଅର୍ଥାତ୍ ୧,୭୦,୪୪୮ ଟଙ୍କା ଶସ୍ତା ହୋଇସାରିଛି। ବିଶ୍ୱ ବଜାରରେ ମଧ୍ୟ ସୁନା ଦାମ୍ ୪,୦୦୦ ଡଲାର ତଳକୁ ଖସି ଆସି ୩,୯୬୦ ଡଲାର ପ୍ରତି ଆଉନ୍ସରେ କାରବାର କରୁଛି।
ସବୁଠାରୁ ଶସ୍ତା (୧୪ କ୍ୟାରେଟ୍) ସୁନା ଏବେ ୮୧,୯୧୩ ଟଙ୍କାରେ!
ଯଦି ଆପଣ କମ୍ କ୍ୟାରେଟ୍ର ସୁନା କିଣିବାକୁ ଚାହୁଁଛନ୍ତି, ତେବେ ବଜାରରେ ଏହାର ଦାମ୍ ଏବେ ସବୁଠାରୁ ତଳେ ରହିଛି। ଆଜି ୧୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୨୬୧ ଟଙ୍କା କମି ପ୍ରତି ୧୦ ଗ୍ରାମ ପିଛା ମାତ୍ର ୮୧,୯୧୩ ଟଙ୍କାରେ ପହଞ୍ଚିଛି।
ବିଭିନ୍ନ କ୍ୟାରେଟ୍ ଅନୁସାରେ ଆଜିର ସୁନା ଦର (ପ୍ରତି ୧୦ ଗ୍ରାମ)
୨୪ କ୍ୟାରେଟ୍: ୧,୪୦,୦୨୨ ଟଙ୍କା (୨,୧୫ ୬ଟଙ୍କା ଶସ୍ତା)
୨୨ କ୍ୟାରେଟ୍: ୧,୨୮,୨୬୦ ଟଙ୍କା (୧,୯୭୫ ଟଙ୍କା ଶସ୍ତା)
୧୮ କ୍ୟାରେଟ୍: ୧,୦୫,୦୧୭ ଟଙ୍କା(୧,୬୧୭ ଟଙ୍କା ଶସ୍ତା)