ଦୁନିଆର ସବୁଠାରୁ ସପ୍ତମ ବ୍ରାଣ୍ଡ ଦେଶ ହେଉଛି ଭାରତ
Khabar Odisha:International-National-Business-brand-finance-nation-ranking-india-becomes-seventh-most-valuable-nation-brand-19-percent-growth
ନୂଆଦିଲ୍ଲୀ, ଅକ୍ଟୋବର ୧୨(ଖବର ଓଡ଼ିଶା):

ଦୁନିଆର ସବୁଠାରୁ ମୂଲ୍ୟବାନ ବ୍ରାଣ୍ଡ ଦେଶ ଗୁଡ଼ିକର ତାଲିକା ପ୍ରକାଶ ପାଇଛି । ଏହି ତାଲିକା ମଧ୍ୟରେ ଭାରତ ୨ପାଦ ଉପରକୁ ଉଠି ସପ୍ତମ ସ୍ଥାନରେ ସ୍ଥାନ ପାଇଛି । ଏହି ତାଲିକାରେ ସାମିଲ ହୋଇଥିବା ବ୍ରାଣ୍ଡ ଭେଲ୍ୟୁରେ ୧୮ପ୍ରତିଶତ ଲାଭ ହୋଇଛି । ଭାରତର ବ୍ରାଣ୍ଡ ଭେଲ୍ୟୁ ବୃଦ୍ଧି ପାଇ ୨,୫୬,୨୦୦ କୋଟି ଡଲାର ହୋଇଛି । 

ଦୁନିଆର ସବୁଠାରୁ ବଡ଼ ବ୍ରାଣ୍ଡ ଫାଇନାନ୍ସ ପକ୍ଷରୁ ଜାରି କରାଯାଇଥିବା ବ୍ରାଣ୍ଡ ଦେଶ ଗୁଡ଼ିକର ତାଲିକାରେ ଆମେରିକା ଟପ୍‌ରେ ରହିଛି । ଆପଣଙ୍କୁ ଜଣାଇ ରଖୁଛୁ ଯେ, କୈାଣସି ଦେଶର ବ୍ରାଣ୍ଡ ଭେଲ୍ୟୁ ସେହି ଦେଶର ଆଗାମୀ ୫ବର୍ଷର ପ୍ରଡ଼କ୍ଟ ବିକ୍ରିର ଅନୁମାନକୁ ଆଧାର କରି କରାଯାଉଛି । ଦେଶର ଜିଡିପିକୁ ମୋଟ ଆମଦାନୀ ଭାବେ ଗଣନା କରାଯାଉଛି । 

ଦେଶର ସବୁଠାରୁ ୧୦ଟି ମୂଲ୍ୟବାନ ବ୍ରାଣ୍ଡ ଦେଶ ତାଲିକା

୧. ଆମେରିକା, ଏହାର ବ୍ରାଣ୍ଡଭେଲ୍ୟୁ ଏକ ବର୍ଷରେ ୭.୧ ପ୍ରତିଶତ ବୃଦ୍ଧି ପାଇ ୨୭,୭୫,୧୦୦ କୋଟି ଡଲାରରେ ପହଂଚିଛି । 

୨. ଦ୍ୱିତୀୟରେ ଚୀନ, ଏହାର ବ୍ରାଣ୍ଡଭେଲ୍ୟୁ ଏକ ବର୍ଷରେ ୪୦ ପ୍ରତିଶତ ବୃଦ୍ଧି ପାଇ ୧୯,୪୮,୬୦୦ କୋଟି ଡଲାରରେ ପହଂଚିଛି । 

୩. ତୃତୀୟରେ ଜର୍ମାନୀ, ଏହାର ବ୍ରାଣ୍ଡଭେଲ୍ୟୁ ଏକ ବର୍ଷରେ ୫.୬ ପ୍ରତିଶତ ବୃଦ୍ଧି ପାଇ ୪,୮୫,୫୦୦ କୋଟି ଡଲାରରେ ପହଂଚିଛି । 

୪. ଚତୁର୍ଥରେ ରହିଛି ଜାପାନ, ଏହାର ବ୍ରାଣ୍ଡଭେଲ୍ୟୁ ଏକ ବର୍ଷରେ ୨୬ପ୍ରତିଶତ ବୃଦ୍ଧି ପାଇ ୪,୫୩,୩୦୦ କୋଟି ଡଲାରରେ ପହଂଚିଛି । 

୫. ପଞ୍ଚମରେ ରହିଛି ୟୁନାଇଟେଡ଼ କିଙ୍ଗଡ଼ମ, ଏହାର ବ୍ରାଣ୍ଡଭେଲ୍ୟୁ ଏକ ବର୍ଷରେ ୨.୬ ପ୍ରତିଶତ ବୃଦ୍ଧି ପାଇ ୩,୮୫,୧୦୦ କୋଟି ଡଲାରରେ ପହଂଚିଛି । 

୬. ଷଷ୍ଠରେ ସ୍ଥାନରେ ଫ୍ରାନ୍ସ , ଏହାର ବ୍ରାଣ୍ଡଭେଲ୍ୟୁ ଏକ ବର୍ଷରେ ୪ ପ୍ରତିଶତ ବୃଦ୍ଧି ପାଇ ୩,୦୯,୭୦୦ କୋଟି ଡଲାରରେ ପହଂଚିଛି । 

୭. ସପ୍ତମରେ ଭାରତ, ଏହାର ବ୍ରାଣ୍ଡଭେଲ୍ୟୁ ୨,୫୬,୨୦୦ କୋଟି ଡଲାରରେ ପହଂଚିଛି । 

୮. ଅଷ୍ଟମରେ କାନାଡ଼ା, ଏହାର ବ୍ରାଣ୍ଡଭେଲ୍ୟୁ ଏକ ବର୍ଷରେ ୨ ପ୍ରତିଶତ ହ୍ରାସ ପାଇ ୨,୧୮,୩୦୦ କୋଟି ଡଲାରରେ ପହଂଚିଛି । 

୯. ନବମରେ ଦକ୍ଷିଣ କୋରିଆ, ଏହାର ବ୍ରାଣ୍ଡଭେଲ୍ୟୁ ଏକ ବର୍ଷରେ ୭ ପ୍ରତିଶତ ବୃଦ୍ଧି ପାଇ ୨,୧୩,୫୦୦କୋଟି ଡଲାରରେ ପହଂଚିଛି । 

୧୦. ଦଶମରେ ଇଟାଲି, ଏହାର ବ୍ରାଣ୍ଡଭେଲ୍ୟୁ ଏକ ବର୍ଷରେ ୪.୬ ପ୍ରତିଶତ ବୃଦ୍ଧି ପାଇ ୨,୧୧,୦୦୦ କୋଟି ଡଲାରରେ ପହଂଚିଛି ।

  • Tags:

Subscribe

National International State Sports Entertainment