ଗ୍ରାହକଙ୍କୁ ଡାକଘର ସଂଚୟ ଖାତାରେ ରଖିବାକୁ ହେବ ଏତିକି ରାଶି, ନହେଲେ ଦେବାକୁ ପଡ଼ିବ ଜରିମାନା
Khabar Odisha:Business-Minimum-balance-Rs-500-in-post-office-savings-account-fixed

ନୂଆଦିଲ୍ଲୀ, ଡିସେମ୍ବର ୧୨ (ଖବର ଓଡ଼ିଶା): ସଂଚୟ ଖାତା ଲାଗି ବ୍ୟାଙ୍କ ତୁଳନାରେ ଅଧିକାଂଶ ଲୋକ ଡାକଘରକୁ ଅଗ୍ରାଧିକାର ଦେଇଥାନ୍ତି । ଏହାର କାରଣ ଏହା ଯେ, ସୁଧ ଦର ଭଲ ମିଳିଥାଏ । ଅନ୍ୟପକ୍ଷରେ ଅଧିକ ସୁରକ୍ଷା ବୋଲି ମଧ୍ୟ ଅନେକ କହିଥାନ୍ତି । କିନ୍ତୁ ଯଦି ଆପଣଙ୍କର ସଂଚୟ ଖାତା ପୋଷ୍ଟ ଅଫିସରେ ଅଛି, ତାହେଲେ ଏକ ନ୍ୟୁନତମ ରାଶି ରଖିବାକୁ ହେବ । ପୋଷ୍ଟ ଅଫିସ ସଂଚୟ ଖାତାର ନିୟମ ଅନୁସାରେ କିଛି ପରିବର୍ତ୍ତନ କରାଯାଇଛି । ଏଥିରେ ସର୍ବନିମ୍ନ ରାଶି ରଖିବା ମଧ୍ୟ ଏକ ପ୍ରକ୍ରିୟା । 

ଡାକଘରେ ଯଦି ନିଜର ସଂଚୟ ଖାତା ରଖିବାର ଅଛି, ତା’ହେଲେ ନ୍ୟୁନତମ ରାଶି ରଖିବାକୁ ପଡ଼ିବ । ଏହି ରାଶି ୫୦୦ ଟଙ୍କା । ଏଥିରୁ କମ ହେଲେ ଖାତାଧାରକଙ୍କୁ ପ୍ରତ୍ୟେକ ଦିନ ମୋଟା ଅଂକର ଜରିମାନା ଦେବାକୁ ପଡ଼ିବ । ଭାରତୀୟ ଡାକ ଡିସେମ୍ବର ୧୨ରୁ ନିୟମ ପରିବର୍ତ୍ତନ ସଂପର୍କିତ ସୂଚନା ଦେଇଛି ।   

ଡାକଘର ତରଫରୁ କରାଯାଇଥିବା ଟୁଇଟ ଅନୁସାରେ ପୋଷ୍ଟ ଅଫିସ ସଂଚୟ ଖାତାରେ ଗ୍ରାହକଙ୍କୁ ଅତିକମରେ ୫୦୦ ଟଙ୍କା ରଖିବାକୁ ପଡ଼ିବ । ଅଥଚ ଆର୍ଥିକ ବର୍ଷ ଶେଷରେ ଖାତାରୁ ୧୦୦ ଟଙ୍କା କଟିଯିବ । ଅର୍ଥାତ ଗ୍ରାହକ ଯେକୌଣସି ପ୍ରକାରରେ ଖାତାରେ ୫୦୦ ଟଙ୍କା ରଖିଲେ ଭଲ । 

    

 

  • Tags:

Subscribe

National International State Sports Entertainment