ଖୋଲିଲା ପ୍ରଥମ ରିଲାୟନ୍ସ ସେଣ୍ଟ୍ରୋ ଷ୍ଟୋର, ଜାଣନ୍ତୁ ଏଠାରେ କ’ଣ ରହିବ ସ୍ୱତନ୍ତ୍ର?
Khabar Odisha:Business-Reliance-Centro-first-fashion-and-lifestyle-store-launches-in-Delhi

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୮ (ଖବର ଓଡ଼ିଶା): ମୁକେଶ ଅମ୍ବାନୀ ନେତୃତ୍ୱରେ ପରିଚାଳିତ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଶାଖା ରିଲାୟନ୍ସ ରିଟେଲ ମଙ୍ଗଳବାର ‘ରିଲାୟନ୍ସ ସେଣ୍ଟ୍ରୋ’ ନାମରେ ନୂଆ ଫ୍ୟାଶନ ଏବଂ ଲାଇଫ୍‌ଷ୍ଟାଇଲ ଡିପାର୍ଟମେଣ୍ଟାଲ ଷ୍ଟୋର ଫର୍ମାଟ ଶୁଭାରମ୍ଭ ହୋଇଛି । ଏହା ଦିଲ୍ଲୀର ବସନ୍ତ କୁଞ୍ଜରେ ଖୋଲାଯାଇଛି । ଏଥିରେ ଫ୍ୟାଶନ ଏବଂ ଲାଇଫ୍‌ଷ୍ଟାଇନ୍ ଭଳି ଶତାଧିକ ବ୍ରାଣ୍ଡର ସାମାନ ଉପଲବ୍ଧ ରହିବ । 

ଏହି ଫ୍ୟାଶନ ଏବଂ ଲାଇଫ୍‌ଷ୍ଟାଇନ୍‌ରୁ ୩୦୦ରୁ ଅଧିକ ଭାରତୀୟ ଏବଂ ଅନ୍ତର୍ଜାତୀୟ ବ୍ରାଣ୍ଡର ଭିନ୍ନ ଭିନ୍ନ ବର୍ଗର ଜିନିଷ ଉପଲବ୍ଧ ହେବ । ଶୁଭାରମ୍ଭକୁ ନେଇ କଂପାନି ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ଏହି ଷ୍ଟୋରରେ କପଡ଼ା, ଜୋତା, ମ୍ୟାକଅପ୍ ପ୍ରଡକ୍ଟ, ମହିଳାଙ୍କ ପାଇଁ ଅନ୍ୟ ସାମାଗ୍ରୀ ବ୍ୟତୀତ ଖେଳ ଏବଂ ଲଗେଜ ଭଳି ଜିନିଷ ଉପଲବ୍ଧ ହୋଇଛି । 

କଂପାନିର ଏକ ବୟାନରେ କୁହାଯାଇଛି ଯେ, ରିଲାୟନ୍ସ ସେଣ୍ଟ୍ରୋକୁ ଗ୍ରାହକଙ୍କ ପସନ୍ଦ ଆଧାରରେ ଡିଜାଇନ କରାଯାଇଛି ଏବଂ ଏଥିରେ ମିଡିଲ ଏବଂ ପ୍ରୀମିୟର ସେଗମେଣ୍ଟର ଗ୍ରାହକଙ୍କ ପସନ୍ଦ ପାଇଁ ସବୁ ଜିନିଷ ମିଳିପାରିବ । ଏଥି ସହିତ ନୂଆ ବ୍ରାଣ୍ଡ ଓ ନୂଆ ଷ୍ଟୋର୍ସକୁ ଜୋଡ଼ିବା ସହିତ ସଂପ୍ରସାରଣ କରାଯିବା ପାଇଁ ଯୋଜନା ରହିଛି । ଖୁବ ଶୀଘ୍ର କଂପାନି ଅନ୍ୟ ସହରରେ ମଧ୍ୟ ଏହି ପ୍ରକାରର ଷ୍ଟୋର ଖୋଲିବ ବୋଲି କୁହାଯାଇଛି । 

 

  • Tags:

Subscribe

National International State Sports Entertainment