ନୂଆଦିଲ୍ଲୀ, ଜାନୁଆରୀ ୧୧ (ଖବର ଓଡ଼ିଶା): ସ୍ମାର୍ଟଫୋନ୍ ମାଧ୍ୟମରେ ‘ପିଏଫ୍’ର ଟଙ୍କା କାଢ଼ି ହେବ। ଏଥି ପାଇଁ ପିଏଫ୍ ହିତାଧିକାରୀଙ୍କୁ ଭାରତ ସରକାରଙ୍କ ଦ୍ବାରା ଉପଲବ୍ଧ ମୋବାଇଲ୍ ଆପ୍ ‘ଉମଙ୍ଗ’ର ସହାୟତା ନେବାକୁ ପଡ଼ିବ। ଉମଙ୍ଗ୍ ଆପ୍ରେ ହିତାଧିକାରୀ ପିଏଫ୍ ଟଙ୍କା କାଢ଼ିବା ପାଇଁ ଆବେଦନ କରିପାରିବେ।
ଉମଙ୍ଗ ଆପ୍ ମାଧ୍ୟମରେ କର୍ମଚାରୀ ଭବିଷ୍ୟ ନିଧି (EPF) ସଦସ୍ୟ ନିଜର ପିଏଫ୍ ଆକାଉଣ୍ଟରୁ ଟଙ୍କା ବାହାର କରିପାରିବେ। ଯେତେବେଳେ କୌଣସି କର୍ମଚାରୀ ଚାକିରିରୁ ଅବସର ନିଅନ୍ତି ଅଥବା ୨ ମାସରୁ ଅଧିକ ସମୟ ପାଇଁ ବେରୋଜଗାର ହୁଅନ୍ତି, ଏଭଳି ସ୍ଥିତିରେ ମେଡିକାଲ କାରଣ, ହୋମ୍ ଲୋନ୍ ରିପେମେଣ୍ଟ ଆଦିରେ ଇପିଏଫର ଆଂଶିକ ଅନୁମତି ମିଳିଥାଏ। ଇପିଏଫ୍ରୁ ଟଙ୍କା ବାହାର କରିବା ପାଇଁ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏନ୍)କୁ ଆଧାର ସହିତ ଲିଙ୍କ କରିବା ବାଧ୍ୟତାମୂଳକ।
ସୂଚନାଯୋଗ୍ୟ, ସରକାର ଉମଙ୍ଗ ଆପ୍କୁ ଏଭଳି ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ କି ଇନ୍କମ ଟ୍ୟାକ୍ସ ଫାଇଲିଂ, ଆଧାର ଏବଂ ପ୍ରୋଭିଡେଣ୍ଟ ଫଣ୍ଡ ସଂପର୍କିତ ସୂଚନା, ଗ୍ୟାସ ସିଲିଣ୍ଡର ବୁକିଂ ଏବଂ ପାସପୋର୍ଟ ସେବା ସମେତ ଅନେକ ପାନ୍ ଇଣ୍ଡିଆ ଇ-ସରକାରୀ ସର୍ଭିସ ପର୍ଯ୍ୟନ୍ତ ପହଞ୍ଚି ହେବ।