କରୋନା ମାଡ଼: ମାର୍ଚ୍ଚରେ ୫୧ ପ୍ରତିଶତ ଯାତ୍ରୀ ବାହନ ବିକ୍ରି ହ୍ରାସ
Khabar Odisha:Business-Corona-virus-epidemic-lockdown-domestic-sales-of-passenger-vehicles-fell-51-percent-March-auto-sector

ନୂଆଦିଲ୍ଲୀ, ଏପ୍ରିଲ ୧୪ (ଖବର ଓଡ଼ିଶା): କରୋନା ଭାଇରସ କାରଣରୁ ଦେଶର ଅଟୋ ଶିଳ୍ପ ବ୍ୟାପକ ପ୍ରଭାବିତ ହୋଇଛି । ବାହନ ନିର୍ମାତା ସଂଗଠନ ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫେକଚର (ସିୟାମ) ମାର୍ଚ୍ଚ ମାସରେ ଯାତ୍ରୀ ବାହନ ବ୍ରିକ୍ରି ନେଇ ତଥ୍ୟ ଜାରି କରିଛି । ଜଣାପଡ଼ିଛି ଯେ, ଗତ ମାସରେ ଯାତ୍ରୀ ବାହନ ବିକ୍ରି ୫୧ ପ୍ରତିଶତ ହ୍ରାସ ପାଇଛି । ସୂଚନାଯୋଗ୍ୟ, ମାର୍ଚ୍ଚ ଶେଷ ସପ୍ତାହରେ ଦେଶରେ ଲକଡାଉନ ଆରମ୍ଭ ହୋଇଥିଲା । 

ସିୟାମ କହିବା ଅନୁସାରେ ଯାତ୍ରୀ ବାହନ ୧ ଲକ୍ଷ ୪୩ ହଜାର ୧୪ଟି ହୋଇଛି । ଏହା ଗତ ବର୍ଷ ମାର୍ଚ୍ଚରେ ବିକ୍ରି ହୋଇଥିବା ୨ ଲକ୍ଷ ୯୧ ହଜାର ୮୬୧ ବାହନର ୫୧ ପ୍ରତିଶତ କମ । ସେହିଭଳି ବ୍ୟବସାୟିକ ବାହନ ବିକ୍ରି ମାର୍ଚ୍ଚରେ ୮୮.୯୫ ପ୍ରତିଶତ ହ୍ରାସ ପାଇ ୧୩ ହଜାର ୨୭ରେ ପହଞ୍ଚିଛି । ଗତ ବର୍ଷ ସମାନ ସମୟରେ ୧ ଲକ୍ଷ ୯ ହଜାର ୨୨ଟି ବ୍ୟବସାୟିକ ବାହନ ବ୍ରିକ୍ରି ହୋଇଥିଲା ।ସେହିଭଳି ଭାବେ ମାର୍ଚ୍ଚରେ ଦୁଇ ଚକିଆ ବାହାନ ବିକ୍ରି ମଧ୍ୟ ହ୍ରାସ ପାଇଛି । ଗତ ମାର୍ଚ୍ଚରେ ମୋଟ ୮ ଲକ୍ଷ ୬୬ ହଜାର ୮୪୯ ବାଇକ ବିକ୍ରି ହୋଇଛି । ଏହା ବର୍ଷ ତୁଳନାରେ ୧୪ ହଜାର ୫୯୩ ଅର୍ଥାତ ୩୯.୮୩ ପ୍ରତିଶତ କମ । 

 

 

  • Tags:

Subscribe

National International State Sports Entertainment