ଆପଲ୍‌ ଶୁଭାରମ୍ଭ କରିବ ବ୍ୟାଟେରୀ ପରିଚାଳିତ କାର ବ୍ୟବସାୟ, ୨୦୨୪ରେ କାର୍‌ ବଜାରରେ ପ୍ରବେଶ!
Khabar Odisha:Business-Apple-may-launch-battery-operated-card-in-2024-working-on-its-design

ନୂଆଦିଲ୍ଲୀ, ଡିସେମ୍ବର ୨୬ (ଖବର ଓଡ଼ିଶା): ଆଇଫୋନ୍‌ ସମେତ ଅନ୍ୟ ଉଚ୍ଚକୋଟୀର ସାମଗ୍ରୀ ଉତ୍ପାଦନ କରୁଥିବା କଂପାନୀ ଆପଲ୍‌ ଖୁବ ଶୀଘ୍ର କାର ମାର୍କେଟରେ ପ୍ରବେଶ କରିବାକୁ ଯାଉଛି। ବର୍ତ୍ତମାନ ଇଲେକ୍ଟ୍ରୋନିକ କାର ନିର୍ମାଣ କରିବ, ଯାହାକି କମ ବ୍ୟାଟେରୀ ଖର୍ଚ୍ଚ ହେବ ଆପଲ୍‌ ଚଳିତ ବର୍ଷ ବିଶ୍ୱକୁ ଉନ୍ନତମାନର ଟେକ୍ନୋଲୋଜୀ ଉପହାର ଦେଇଛି। କଂପାନୀ ଉନ୍ନତମାନର ଫିଚର ଏବଂ ବ୍ୟାଟେରୀ ଥିବା ଲାପ୍‌ଟପ୍‌ ସହିତ ସ୍ମାର୍ଟଫୋନ୍‌ ସମେତ ଅନ୍ୟ ସାମଗ୍ରୀ ବଜାରକୁ ଛାଡ଼ିଛି। ଏଥିରେ ଆଇଫୋନ୍‌ ୧୨ ଶୃଙ୍ଖଳା ସ୍ୱତନ୍ତ୍ର ଭାବେ ସାମିଲ ଅଛି। ଏହି ଫୋନ୍‌ ୫ଜି ସିଗମେଣ୍ଟରେ ସର୍ବାଧିକ ବିକ୍ରି ହୋଇଥିବା ସ୍ମାର୍ଟଫୋନ୍‌।

ଆପଲ କଂପାନୀର ଆଡଭାନ୍ସ ବ୍ୟାଟେରୀ ଟେକ୍ନୋଲୋଜୀରୁ ଏକ ପାସେଞ୍ଜର କାର ହେବ। ଆପଲ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ୬ ବର୍ଷ ପୂର୍ବରୁ ଆପଲ କଂପାନୀ ୨୦୧୪ରେ ପ୍ରୋଜେକ୍ଟ ଟାଇଟନ ନାମରେ ଅଟୋ ସେକ୍ଟରରେ ପ୍ରବେଶ କରିଥବାକୁ ଲକ୍ଷ୍ୟ ନେଇ କାମ ଆରମ୍ଭ କରିଥିଲା। ଏପର୍ଯ୍ୟନ୍ତ କଂପାନୀ କାରର ଡିଜାଇନ ନେଇ କାମ କରୁଥିଲା। ଏବେ କଂପାନୀ କାରର ସଫ୍ଟେଓ୍ଵରକୁ ତିଆରି କରିବାରେ ଲାଗିଛି।
କୁହାଯାଉଛି ଯେ, ଖୁବ ଶୀଘ୍ର ଆପଲ କଂପାନୀ ତରଫରୁ ଏସଂପର୍କିତ ଘୋଷଣା କରାଯିବ। ବର୍ଷ ୨୦୧୮ରେ କଂପାନୀର ବରିଷ୍ଠ କର୍ମଚାରୀ ଡୋଗ ଫିଲ୍ଡ କଂପାନୀକୁ ଫେରିଛନ୍ତି ଏବଂ ଏହି ପ୍ରକଳ୍ପ ଲାଗି ଏକ ୨୦୦ ଜଣିଆ ବିଶେଷଜ୍ଞ ଟିମ ଗଢ଼ିଛନ୍ତି। ଯାହା ଆଶା କରାଯାଉଛି କଂପାନୀ ୨୦୨୪ ଯାଏଁ କାର ଉତ୍ପାଦନ କରିପାରେ।

  • Tags:

Subscribe

National International State Sports Entertainment