ଏୟାରଟେଲ୍‌ର ୫ଜି ସେବା ଏହି ମାସରେ ହେବ ଶୁଭାରମ୍ଭ! ସର୍ବ ପ୍ରଥମେ ଏହି ସହରରେ ମିଳିବ ସୁବିଧା
Khabar Odisha:Business-Airtel-5g-service-launch-this-month-know-date-and-price

ନୂଆଦିଲ୍ଲୀ, ଅଗଷ୍ଟ ୨୨ (ଖବର ଓଡ଼ିଶା): ଦେଶରେ ଖୁବ ଶୀଘ୍ର ୫ଜି ସେବା ଆରମ୍ଭ ହୋଇଯିବ । ଏଥି ପାଇଁ ଟେଲିକମ କଂପାନୀଗୁଡ଼ିକ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିଦେଇଛନ୍ତି । ଯୁବପିଢ଼ି ମଧ୍ୟ ୫ଜି ସେବାକୁ ନେଇ ଦୀର୍ଘ ଦିନରୁ ଅପେକ୍ଷା କରିଛନ୍ତି । କୁହାଯାଉଛି ଯେ, ବହୁପ୍ରତିକ୍ଷୀତ ଏହି ସେବା ଆରମ୍ଭ ହୋଇଯିବା ମାତ୍ରେ ଇଣ୍ଟରନେଟ ଜନିତ କାମ ଖୁବ ଶୀଘ୍ର କରାଯାଇପାରିବ । ଟେଲିକମ ଅପରେଟର ଏୟାରଟେଲ ଚଳିତ ମାସରେ ୫ଜି ସେବା ଆରମ୍ଭ କରିପାରେ । ପୂର୍ବରୁ କଂପାନୀ ପକ୍ଷରୁ କୁହାଯାଇଥିଲା ଯେ, ୫ଜି ସେବା ଅଗଷ୍ଟ ମାସରେ ଶୁଭାରମ୍ଭ ହେବ । 

ଯଦି ଏୟାରଟେଲ ୫ଜି ସେବା ଆରମ୍ଭ କରିଦିଏ, ତାହେଲେ ଯୁବପିଢ଼ି ସର୍ବାଧିକ ଖୁସି ହେବେ । ଏୟାରଟେଲ ସ୍ପେକ୍ଟ୍ରମ ପାଇଁ ପାଖାପାଖି ୪୩ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ଏୟାରଟେଲ ୫ଜି ସର୍ଭିସ ଶୁଭାରମ୍ଭର ତାରିଖ ଘୋଷଣା କରିନାହିଁ । କିନ୍ତୁ କଂପାନୀର ସିଇଓ ଗୋପାଳ ଭିଟ୍ଟାଲ ପୂର୍ବରୁ କହିଥିଲେ ଯେ, ଅଗଷ୍ଟ ମାସରେ ୫ଜି ସେବା ଆରମ୍ଭ ହେବ । 

ଏୟାରଟେଲର ୫ଜି ସେବା ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଟାୟର-୨ ଓ ଟାୟାର-୩ ସହରରେ ଶୁଭାରମ୍ଭ ହୋଇଯିବ । ପୂରା ଭାରତରେ ଏୟାରଟେଲର ୫ଜି ସେବା ପାଇଁ ୨୦୨୪ ପର୍ଯ୍ୟନ୍ତ ଅପେକ୍ଷା କରାଯାଇପାରେ । ତାଜା ରିପୋର୍ଟ ଅନୁସାରେ ଏୟାରଟେଲ ୫ଜି ସେବା ଦିଲ୍ଲୀ, ଗାନ୍ଧୀନଗର, ବେଙ୍ଗାଲୁରୁ, ଗୁରୁଗ୍ରାମ, ଚଣ୍ଡୀଗଡ଼, ହାଇଦ୍ରାବାଦ, ଜାମନଗର, ଅହମଦାବାଦ, ଚେନ୍ନାଇ, କୋଳକାତା, ଲଖନଉ, ମୁମ୍ବାଇ ଓ ପୁଣେରେ ପ୍ରଥମେ ଶୁଭାରମ୍ଭ ହେବ । 

 

  • Tags:

Subscribe

National International State Sports Entertainment