ନୂଆଦିଲ୍ଲୀ: ଆୟକର ସ୍ଲାବରେ ପରିବର୍ତ୍ତନ ପରେ ଏବେ ସରକାରଙ୍କ ଫୋକସ କଷ୍ଟମ ଡ୍ୟୁଟିରେ ପରିବର୍ତ୍ତନ କରାଯିବା ଉପରେ ରହିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏହାର ସଙ୍କେତ ଦେଇଛନ୍ତି । ବଜେଟ୍ ୨୦୨୬ ପୂର୍ବରୁ ତାଙ୍କ ପରବର୍ତ୍ତୀ ବଡ ପ୍ରାଥମିକତା କଷ୍ଟମ ବିଭାଗରେ ବ୍ୟାପକ ସୁଧାର ଉପରେ ରହିଛି । ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ସୀତାରମଣ ଆର୍ଥିକ ଆହ୍ୱାନ, ସୁଧାର ଓ ଆଗାମୀ ଲକ୍ଷ୍ୟ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି ।
ଆଗାମୀ ବଜେଟ୍ ସଂଦର୍ଭରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, କଷ୍ଟମ ସିଷ୍ଟମରେ ଏବେ ପରିବର୍ତ୍ତନ କରାଯିବାର ସମୟ ଆସିଛି । ଏଥିରେ କେବଳ କାରବାର ସୁଗମତା ବଢିବ ନାହିଁ ବରଂ ଦୁର୍ନୀତି ଉପରେ ଲଗାମ ଲାଗିବ । ଏହା ସହିତ ଆମଦାନୀ ଓ ରପ୍ତାନୀରେ ଆହୁରି ପାରଦର୍ଶିତା ହେବା ସହ ସରଳ ହେବ । ଏହି ଦିଗରେ ସରକାର ଏକ ବଡ ପରିବର୍ତ୍ତନ ନେବାକୁ ଯାଉଥିବା ସୀତାରମଣ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, କଷ୍ଟମ ବିଭାଗକୁ ଆହୁରି ପାରଦର୍ଶି କରିବାର ସମୟ ଆସି ଯାଇଛି ।
ସେ କହିଛନ୍ତି, ପୂର୍ବେ ସାଧାରଣରେ ଧାରଣା ଥିଲା ଯେ, ଆୟର ହାରରେ ସମସ୍ୟା ନାହିଁ । ପ୍ରକୃତ ସମସ୍ୟା ଟ୍ୟାକ୍ସ ପ୍ରଶାସନର ପ୍ରକ୍ରିୟା ଉପରେ ଥିଲା, ଯାହା ବେଳେ କାର୍ଯ୍ୟକୁ ଅଧିକ ଜଟିଳ କରି ଦେଉଥିଲା । କିନ୍ତୁ ଏହାର ସୁଧାର କରାଯାଇଛି । ଏବେ ଅନଲାଇନ ଓ କ୍ୟାସଲେସ ସିଷ୍ଟମ ଆୟକର ପ୍ରକ୍ରିୟାକୁ ବହୁତ ସହଜ କରି ଦେଇଛି ।
ଏହା ସହିତ ଅର୍ଥମନ୍ତ୍ରୀ ନିଜ ସରକାରଙ୍କ ଅନେକ ସଫଳତା ବଖାଣିଛନ୍ତି । କୋଭିଡ୍-୧୯ ମହାମାରୀ ପରେ ଅର୍ଥବ୍ୟବସ୍ଥାକୁ ଠିକ୍ ଟ୍ରାକକୁ ଅଣାଯାଇଛି । ବୈଶ୍ୱିକ ଯୁଦ୍ଧ କାରଣରୁ ଖାଦ୍ୟ ପଦାର୍ଥ ଉପରେ ପ୍ରଭାବ ପଡିଛି, ସୀମାରେ ଉତ୍ତେଜନା, ନିର୍ବାଚନୀ ବର୍ଷରେ ଆବଶ୍ୟକ ସରକାରୀ ଖର୍ଚ୍ଚ ଓ ଜମ୍ମୁ-କାଶ୍ମୀରର ବ୍ୟାଙ୍କିଙ୍ଗ ପ୍ରଣାଳୀ ପୁନଃସ୍ଥାପିତ କରାଯିବା ପରି ବଡ ଚ୍ୟାଲେଞ୍ଜିଂ କାମ କରାଯାଇଛି ।
Also read: ୧୫ ଦିନ ମଧ୍ୟରେ ସହର ଛାଡିଦିଅ..., କାହିଁକି ଅନେକ ସନ୍ଦିଗ୍ଧ ବାଂଲାଦେଶୀ ହଠାତ୍ ଗାଏବ?