ନୂଆଦିଲ୍ଲୀ, ମେ ୨୧ (ଖବର ଓଡ଼ିଶା):
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି । ତେବେ ସେଠାରେ ଭୂ ସମତୁଲ କାର୍ଯ୍ୟ ଚାଲିଥିବା ବେଳେ ଏକ ଶିବ ମନ୍ଦିରର ଭଗ୍ନାବଶେଷ ମିଳିଛି ।ତେବେ ଏହାକୁ ନେଇ ଉଠିଛି ଚର୍ଚ୍ଚା।
ନ୍ୟାୟିକ ଲଢ଼େଇରେ ମନ୍ଦିର ନିର୍ମାଣ ପାଇଁ ମିଳିଛି ଅନୁମତି। ଏଥିସହିତ ୬୭ ଏକର ସ୍ଥାନରେ ଏଠାରେ କାର୍ଯ୍ୟାରମ୍ଭ କରିବା ଲାଗି ଜିଲ୍ଲା ପ୍ରଶାସନ ମଧ୍ୟ ଅନୁମତି ଦେଇଛି।ଅଯୋଧ୍ୟାରୁ ମିଳିଛି ଏକ ପୁରାତନ ଶିବମନ୍ଦିରର ଭଗ୍ନାବଶେଷ।ଏହା ପୁଣି ସେହି ସ୍ଥାନରୁ ମିଳିଛି ଯେଉଁଠାରେ ରାମମନ୍ଦିର ନିର୍ମାଣ ପାଇଁ ଭୂସମତୁଲ କରାଯାଉଛି। ଏକ ଶିବଲିଙ୍ଗ ସହିତ କିଛି ମନ୍ଦିର ଖମ୍ବ ସେଠାରୁ ମିଳିଛି। ସେହିପରି
ନୂଆ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ଦଶ ଦିନ ଧରି ସେଠାରେ ଭୂ ସମତୁଲ କାର୍ଯ୍ୟ ଚାଲିଛି। ଆଉ ଏହି ସମୟରେ ସେଠାରୁ ମିଳିଛି ପୁରାତନ ମନ୍ଦିରର ଅଂଶ ବିଶେଷ ଯାହାସବୁ ସେଠାରେ ଆବିଷ୍କୃତ ହୋଇଛି ସେ ମଧ୍ୟରେ ରହିଛି ୫ ଫୁଟର ଶିବଲିଙ୍ଗ, ୭ଟି ବ୍ଲାକଷ୍ଟୋନ ଖମ୍ବ ଏବଂ ୬ଟି ସ୍ୟାଣ୍ଡ ଷ୍ଟୋନ ପିଲାର। ଏଥିସହିତ କିଛି ଦେବାଦେବୀଙ୍କ ମୂର୍ତ୍ତି ଭଗ୍ନାବଶେଷ ମଧ୍ୟ ଉଦ୍ଧାର ହୋଇଛି।